ଆଇପିଏସ୍ ସ୍ତରରେ ଅଦଳବଦଳ: କାହାକୁ କେଉଁଠି ଦାୟିତ୍ଵ ମିଳିଛି ଜାଣନ୍ତୁ......
ଭୁବନେଶ୍ବର: ରାଜ୍ୟ ପୋଲିସ ପ୍ରଶାସନରେ ବଡ଼ ଧରଣର ଅଦଳବଦଳ ହୋଇଛି। ଆଇପିଏସ୍ ସ୍ତରରେ ଏହି ଅଦଳବଦଳରେ ବରିଷ୍ଠ ଅଧିକାରୀଙ୍କଠାରୁ ଆରମ୍ଭ କରି ଜିଲା ଏସ୍ପି ପର୍ଯ୍ୟନ୍ତ ଅନେକଙ୍କୁ ନୂଆ ଦାୟିତ୍ୱ ମିଳିଛି। ଜେଲ୍ ବିଭାଗର ଡିଜି ସୁଶାନ୍ତ ନାଥଙ୍କୁ ଗୃହ ବିଭାଗର ଓଏସ୍ଡି ଭାବେ ବଦଳି କରାଯାଇଛି। ଅନ୍ୟପଟେ ରାଜ୍ୟ ଫରେନସିକ୍ ସାଇନ୍ସ ଲାବୋରେଟୋରି (ଏସ୍ଏଫ୍ଏସ୍ଏଲ୍)ର ନିର୍ଦ୍ଦେଶକ ସନ୍ତୋଷ ବାଳାଙ୍କୁ ଜେଲ୍ ବିଭାଗ ଡିଜି ଦାୟିତ୍ୱ ଅତିରିକ୍ତ ଭାବେ ଦିଆଯାଇଛି।
ସେହିପରି ଅମିତାଭ ଠାକୁରଙ୍କୁ କଟକ ପରିବହନ କମିଶନର ଦାୟିତ୍ୱ ମିଳିଛି। ରାଜେଶ କୁମାରଙ୍କୁ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ସାରା ଶର୍ମାଙ୍କୁ ଭିଜିଲାନ୍ସ ଡିଆଇଜି ଭାବେ ନିଯୁକ୍ତ କରାଯାଇଛି।
ଜିଲା ପୋଲିସ ପ୍ରଶାସନରେ ମଧ୍ୟ ପରିବର୍ତ୍ତନ ହୋଇଛି। ଝାରସୁଗୁଡ଼ା ଏସ୍ପି ଗୁଣ୍ଡଲା ରେଡ୍ଡୀ ରାଘବେନ୍ଦ୍ରଙ୍କୁ ପୁଲିସ ମୁଖ୍ୟାଳୟର ଏଆଇଜି ଭାବେ ବଦଳି କରାଯାଇଛି। ନୂଆପଡ଼ା ଏସ୍ପି ଅମ୍ରିତପାଲ ସିଂହଙ୍କୁ ପୁଲିସ ମୁଖ୍ୟାଳୟର ଏସ୍ପି ଭାବେ ନୂଆ ଦାୟିତ୍ୱ ମିଳିଛି। ସୋନାଲି ସିଂହ ପରମାରଙ୍କୁ ଝାରସୁଗୁଡ଼ା ଏସ୍ପି ଏବଂ ତପନ ନାରାୟଣ ରଥଙ୍କୁ ନୂଆପଡ଼ା ଏସ୍ପି ଭାବେ ନିଯୁକ୍ତ କରାଯାଇଛି।
Powered by Froala Editor