Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, November 01, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କଦଳୀପତ୍ରରେ ଖାଇଲେ ସୁସ୍ଥ ରହିଥାଏ ଶରୀର ଓ ...

  • ଲାଞ୍ଜିଗଡ଼ ସ୍ଥିତ ଭିଏଏମ୍ଏଲ୍ ଦକ୍ଷତା ...

  • ଖିମଜୀ ଜୁଏଲର୍ସ ପକ୍ଷରୁ ‘ଧନତେରସ୍ ...

  • ଶିଶୁମାନଙ୍କ ପାଇଁ ମୌଳିକ ଭେଣ୍ଟିଲେସନ୍‌ ...

  • ନାଭିଗେସନ ଉପଗ୍ରହ ଏନ୍‌ଭିଏସ୍-୦୩ର ...

  • ୬ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ...

  • ଜାନୁଆରୀ ୨୫ ରୁ ଫେବୃଆରୀ ୨୮ ପର୍ଯ୍ୟନ୍ତ ...

  • ‘ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ’ ...

  • ବଦ୍ରିନାଥ ଧାମରୁ ଡେରାଡୁନର ସହସ୍ରଧାରା ...

  • ମୋଦୀଙ୍କୁ ନେଇ ଏମିତି ବୟାନ ଦେଲେ ଅମିତ ଶାହ

ରାଜ୍ୟ
Home ›› ରାଜ୍ୟ ››ବାତ୍ୟା ‘ଅର୍ଣ୍ଣବ ପରେ ଆସୁଛି ‘ମୁରାସୁ’

ବାତ୍ୟା ‘ଅର୍ଣ୍ଣବ ପରେ ଆସୁଛି ‘ମୁରାସୁ’

2026-11-01 06:22:06
14805
Share:
Facebook
Twitter
E-Mail
WhatsApp
Telegram
ବାତ୍ୟା ‘ଅର୍ଣ୍ଣବ ପରେ ଆସୁଛି  ‘ମୁରାସୁ’

ଭୁବନେଶ୍ବର: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବାଦଲଫଟା ବର୍ଷା ଦ୍ବାରା ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ଜିଲାରେ ବନ୍ୟା ଓ ଭୂସ୍ଖଳନ ଦୁର୍ଦଶା ଲିଭିନାହିଁ। ବନ୍ୟା ବିପନ୍ନ ଲୋକମାନେ ଏବେବି ପାଣିଘେରରେ ରହି ନାନା କକର୍ଥନା ଭୋଗୁଥିବାବେଳେ ପାଣିପାଗ ବିଭାଗ ପକ୍ଷରୁ ଆଉ ଏକ ବାତ୍ୟାର ପୂର୍ବାନୁମାନ କରିଛି। ଏହା ବିପନ୍ନଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସମସ୍ୟା ସୃଷ୍ଟି କରିବାକୁ ଯାଉଛି। ଆଉ ଗୋଟିଏ ବାତ୍ୟା ‘ମୁରାସୁ’ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମାଡ଼ି ଆସୁଛି। ଅର୍ଣ୍ଣବ ଯେଉଁଭଳି ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁ ଉତ୍ତର ପଶ୍ଚିମ ମୁହାଁ ହୋଇ ଦକ୍ଷିଣ ଓଡ଼ିଶାରେ ଅତି ପ୍ରବଳ ବର୍ଷିଲା, ସେହିଭଳି ମୁରାସୁ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବ ଏବଂ ଦକ୍ଷିଣ ଓଡ଼ିଶାରେ ଅତି ପ୍ରବଳ ବର୍ଷିବ ବୋଲି ଆକଳନ କରାଯାଇଛି। ଏପରିକି ଅତି ପ୍ରବଳ ବର୍ଷା ଆସନ୍ତା ୩ ଓ ୪ତାରିଖରେ ଓଡ଼ିଶା ପାଇଁ ହେବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି।
ସୃଷ୍ଟ ଲଘୁଚାପ ଶନିବାର ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ ଓ ଆଣ୍ଡାମାନ ସାଗରରେ ଏକ ଅବପାତରେ ପରିଣତ ହୋଇଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଆଗକୁ ବଢ଼ୁଛି। ଆଜି ମଧ୍ୟରାତିରେ ଅଧିକ ଘନୀଭୂତ ହୋଇ ଏକ ଗଭୀର ଅବପାତ ରୂପ ନେବା। ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ ଏବଂ ଅଧିକ ଘନୀଭୂତ ହୋଇ ଦକ୍ଷିଣ-ପୂର୍ବ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପଶ୍ଚିମ ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ରବିବାର ଏକ ସାମୁଦ୍ରିକ ଝଡ଼ରେ ପରିଣତ ହେବ। ଆସନ୍ତା ୨ତାରିଖ ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଭୀଷଣ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ଆସନ୍ତା ୩ତାରିଖ ସକାଳୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ପହଞ୍ଚିବ ଏବଂ ନେଲୋର-ନରଶପୁର ମଧ୍ୟରେ ଭୀଷଣ ବାତ୍ୟା ରୂପରେ ସ୍ଥଳଭାଗ ଅତିକ୍ରମ କରିବ। ଘଣ୍ଟାପ୍ରତି ପବନର ବେଗ ୧୦୦ରୁ ୧୧୦କି.ମି. ଏବଂ ସ୍ଥଳବିଶେଷରେ ଝଟକା ପବନର ବେଗ ୧୨୦କି.ମି. ପର୍ଯ୍ୟନ୍ତ ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ସ୍ପଷ୍ଟ କରିଛି। ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମାଡ଼ି ଆସୁଥିବା ବାତ୍ୟା ନାମ ‘ମୁରାସୁ’। ଏହାର ନାମକରଣ ଭାରତ କରିଛି। ମୁରାସୁ ଗୋଟିଏ ତାମିଲ ଶବ୍ଦ। ଏହାର ଅର୍ଥ, ଏକ ପ୍ରକାର ବାଦ୍ୟଯନ୍ତ୍ର/ଢ଼ୋଲ କିମ୍ବା ନାଗରା ଭଳି ପ୍ରାଚୀନ ବାଦ୍ୟ।

ଆଇଏମ୍‌ଡି ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଶନିବାର ସକାଳେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଗୋଟିଏ ସ୍ପଷ୍ଟ ଚିହ୍ନଟ ଲଘୁଚାପ କ୍ଷେତ୍ରରେ ଥିଲା। ମଧ୍ୟାହ୍ନ ସମୟରେ ଅବପାତରେ ପରିଣତ ହୋଇଛି। ଏହା ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ ପାଖରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ପ୍ରାୟତଃ ୩୦୦କି.ମି.ଦୂରରେ କେନ୍ଦ୍ରୀଭୂତ ହେଉଛି। ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ଶନିବାର ରାତିରେ ଏକ ଗଭୀର ଅବପାତରେ ପରିଣତ ହୋଇପାରେ। ରବିବାର ସାମୁଦ୍ରିକ ଝଡ଼ରେ ପରିଣତ ହୋଇପାରେ। ସମ୍ଭାବ୍ୟ ବାତ୍ୟା ୨ତାରିଖ ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶ ଉପକୂଳରେ ପହଞ୍ଚିବ। ସର୍ବାଧିକ ପବନର ବେଗ ଘଣ୍ଟାପ୍ରତି ୮୦ରୁ ୯୦କି.ମି. ଏବଂ ସ୍ଥଳବିଶେଷରେ ଝଟକା ପବନର ବେଗ ୧୦୦କି.ମି. ପର୍ଯ୍ୟନ୍ତ ଛୁଇଁପାରେ। ବାତ୍ୟା ଅର୍ଣ୍ଣବରେ ପବନର ବେଗ ସର୍ବାଧିକ ଘଣ୍ଟାପ୍ରତି ୧୫୦କି.ମି.ଥିଲା। କିନ୍ତୁ ଏହି ବାତ୍ୟାରେ ସର୍ବାଧିକ ପବନର ବେଗ ଘଣ୍ଟାପ୍ରତି ୧୦୦କି.ମି. ରହିବ ବୋଲି ଆକଳନ କରାଯାଇଛି।

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ବିଶେଷକରି ଆସନ୍ତା ୩ ଓ ୪ ତାରିଖରେ ଦକ୍ଷିଣ ଓଡ଼ିଶାର ଜିଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆକଳନ କରାଯାଇଛି। ବର୍ତ୍ତମାନ ଏହାର କେନ୍ଦ୍ରସ୍ଥଳରେ ଘଣ୍ଟାପ୍ରତି ୪୦ରୁ ୫୦କି.ମି. ଏବଂ ଝଟକା ପବନର ବେଗ ଘଣ୍ଟାପ୍ରତି ୬୦କି.ମି. ବହୁଛି। ଆସନ୍ତା ୨ତାରିଖ ସନ୍ଧ୍ୟା ପାଖରୁ ଦକ୍ଷିଣ ଓଡ଼ିଶା ପାଖ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ନିକଟସ୍ଥରେ ଘଣ୍ଟାପ୍ରତି ୪୦ରୁ ୫୦କି.ମି. ଏବଂ ସ୍ଥଳବିଶେଷରେ ଝଟକା ପବନର ବେଗ ୬୦କି.ମି. ପର୍ଯ୍ୟନ୍ତ ବହିପାରେ। ୩ତାରିଖରେ ସେଠାରେ ଘଣ୍ଟାପ୍ରତି ପବନ ୫୦ରୁ ୬୦କି.ମି. ଏବଂ ସ୍ଥଳବିଶେଷରେ ଝଟକା ପବନର ବେଗ ୭୦କି.ମି. ପର୍ଯ୍ୟନ୍ତ ଛୁଇଁପାରେ।

Powered by Froala Editor

Tags Cyclone

Related articles Odisha News Lens 4.1

  •  ୬ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ ତଥା ଏସଆଇଆର ତାରିଖ ପରିବର୍ତ୍ତନ
    ଦେଶ-ଦେଶାନ୍ତର

    ୬ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ ତଥା ଏସଆଇଆର ତାରିଖ ପରିବର୍ତ୍ତନ

    15139
    Oct 31, 2026
  • ‘ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ’ ଶୋଭାଯାତ୍ରାରେ ଯୋଗ ଦେବା ପାଇଁ ରାହୁଲଙ୍କ ନିବେଦନ
    ଦେଶ-ଦେଶାନ୍ତର

    ‘ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ’ ଶୋଭାଯାତ୍ରାରେ ଯୋଗ ଦେବା ପାଇଁ ରାହୁଲଙ୍କ ନିବେଦନ

    15500
    Oct 30, 2026
  • ବଦ୍ରିନାଥ ଧାମରୁ ଡେରାଡୁନର ସହସ୍ରଧାରା ଫେରୁଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
    ଦେଶ-ଦେଶାନ୍ତର

    ବଦ୍ରିନାଥ ଧାମରୁ ଡେରାଡୁନର ସହସ୍ରଧାରା ଫେରୁଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

    15262
    Oct 30, 2026
  • ଲାଞ୍ଜିଗଡ଼ ସ୍ଥିତ ଭିଏଏମ୍ଏଲ୍ ଦକ୍ଷତା କେନ୍ଦ୍ରର ସଦ୍ୟତମ ବ୍ୟାଚ୍ ଅଗ୍ରଣୀ ...
    ବାଣିଜ୍ୟ

    ଲାଞ୍ଜିଗଡ଼ ସ୍ଥିତ ଭିଏଏମ୍ଏଲ୍ ଦକ୍ଷତା କେନ୍ଦ୍ରର ସଦ୍ୟତମ ବ୍ୟାଚ୍ ଅଗ୍ରଣୀ ...

    15420
    Oct 31, 2026
  • ଖିମଜୀ ଜୁଏଲର୍ସ  ପକ୍ଷରୁ ‘ଧନତେରସ୍ ଧନବର୍ଷା’ ଉନ୍ମୋଚିତ, ସମଗ୍ର କଲେକ୍ସନସ୍ ଉପରେ ...
    ବାଣିଜ୍ୟ

    ଖିମଜୀ ଜୁଏଲର୍ସ ପକ୍ଷରୁ ‘ଧନତେରସ୍ ଧନବର୍ଷା’ ଉନ୍ମୋଚିତ, ସମଗ୍ର କଲେକ୍ସନସ୍ ଉପରେ ...

    13710
    Oct 31, 2026
  • ମୋଦୀଙ୍କୁ ନେଇ ଏମିତି ବୟାନ ଦେଲେ  ଅମିତ ଶାହ
    ଦେଶ-ଦେଶାନ୍ତର

    ମୋଦୀଙ୍କୁ ନେଇ ଏମିତି ବୟାନ ଦେଲେ ଅମିତ ଶାହ

    15086
    Oct 30, 2026
  • ଜାନୁଆରୀ ୨୫ ରୁ ଫେବୃଆରୀ ୨୮ ପର୍ଯ୍ୟନ୍ତ ଦେଶରେ କରାଯିବ ଜନଗଣନା
    ଦେଶ-ଦେଶାନ୍ତର

    ଜାନୁଆରୀ ୨୫ ରୁ ଫେବୃଆରୀ ୨୮ ପର୍ଯ୍ୟନ୍ତ ଦେଶରେ କରାଯିବ ଜନଗଣନା

    14100
    Oct 31, 2026
  •  କଦଳୀପତ୍ରରେ ଖାଇଲେ ସୁସ୍ଥ ରହିଥାଏ ଶରୀର ଓ ମନ
    ବିଶେଷ

    କଦଳୀପତ୍ରରେ ଖାଇଲେ ସୁସ୍ଥ ରହିଥାଏ ଶରୀର ଓ ମନ

    14284
    Nov 01, 2026
  • ଶିଶୁମାନଙ୍କ ପାଇଁ ମୌଳିକ ଭେଣ୍ଟିଲେସନ୍‌ କର୍ମଶାଳା- ଆଇଏପି ଓଡ଼ିପେଡିକନ୍‌ ୨୦୨୬ର ଏକ ...
    ବାଣିଜ୍ୟ

    ଶିଶୁମାନଙ୍କ ପାଇଁ ମୌଳିକ ଭେଣ୍ଟିଲେସନ୍‌ କର୍ମଶାଳା- ଆଇଏପି ଓଡ଼ିପେଡିକନ୍‌ ୨୦୨୬ର ଏକ ...

    13458
    Oct 31, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ମୋଦୀଙ୍କୁ ନେଇ ଏମିତି ବୟାନ ଦେଲେ ଅମିତ ଶାହ

    15086
    Oct 30, 2026
  • ଦେଶ-ଦେଶାନ୍ତର

    ନାଭିଗେସନ ଉପଗ୍ରହ ଏନ୍‌ଭିଏସ୍-୦୩ର ସଫଳତାର ସହ ମହାକାଶକୁ ପ୍ରକ୍ଷେପଣ

    14751
    Oct 31, 2026
  • ଦେଶ-ଦେଶାନ୍ତର

    ୬ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ ତଥା ଏସଆଇଆର ତାରିଖ ପରିବର୍ତ୍ତନ

    15139
    Oct 31, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17241
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17939
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17882
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18305
    Sep 06, 2023

ବିଶେଷ

  • କଦଳୀପତ୍ରରେ ଖାଇଲେ ସୁସ୍ଥ ରହିଥାଏ ଶରୀର ଓ ମନ

    14284
    Nov 01, 2026
  • ଶୀତଦିନରେ କେମିତି ନେବେ ମେକଅପ ଜାଣନ୍ତୁ.....

    15470
    Oct 30, 2026
  • ଅଫିସ ଚାପରୁ ମୁକ୍ତି ପାଇବେ କିପରି, ଫୋଲୋ କରନ୍ତୁ ଏହି ଟିପ୍ସ....

    14875
    Oct 27, 2026
  • ଶୀତରେ ଶରୀରକୁ ଗରମ ରଖିବ ଏହି ଖାଦ୍ୟ, ଆଜି ହିଁ ଡାଇଟ୍‌ରେ କରନ୍ତୁ ସାମିଲ

    16068
    Oct 26, 2026
  • ଏଭଳି ନେତାଙ୍କୁ ଚିହ୍ନିଥାଏ ସାରା ବିଶ୍ଵ

    14995
    Oct 25, 2026

ବାଣିଜ୍ୟ

ଲାଞ୍ଜିଗଡ଼ ସ୍ଥିତ ଭିଏଏମ୍ଏଲ୍ ଦକ୍ଷତା କେନ୍ଦ୍ରର ସଦ୍ୟତମ ବ୍ୟାଚ୍ ଅଗ୍ରଣୀ କମ୍ପାନୀଗୁଡ଼ିକରେ ନିଯୁକ୍ତି ସୁନିଶ୍ଚିତ କରିଛି

ଭୁବନେଶ୍ୱର : ଯୁବ ସଶକ୍ତିକରଣ, ଗ୍ରାମୀଣ ବିକାଶ ଏବଂ ସ୍ଥାୟୀ ଜୀବିକା ସୃଷ୍ଟି ପ୍ରତି ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ କରି ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ନିଜର ଲାଞ୍ଜିଗଡ ସ୍ଥିତ ବେଦାନ୍ ...

  • ଖିମଜୀ ଜୁଏଲର୍ସ ପକ୍ଷରୁ ‘ଧନତେରସ୍ ଧନବର୍ଷା’ ଉନ୍ମୋଚିତ, ସମଗ୍ର କଲେକ୍ସନସ୍ ଉପରେ ଉତ୍ସବ ଅଫର ବର୍ଷା

    13710
    Oct 31, 2026
  • ଶିଶୁମାନଙ୍କ ପାଇଁ ମୌଳିକ ଭେଣ୍ଟିଲେସନ୍‌ କର୍ମଶାଳା- ଆଇଏପି ଓଡ଼ିପେଡିକନ୍‌ ୨୦୨୬ର ଏକ ପ୍ରାକ୍‌-ସମ୍ମିଳନୀ କର୍ମଶାଳା

    13458
    Oct 31, 2026
  • କିଓରବେ ଦ୍ଵାରା ପରିଚାଳିତ ଶ୍ରୀ ଉଷା ଡାଏଗ୍ନୋଷ୍ଟିକ୍ସ ସ୍ତନ କର୍କଟ ସଚେତନତା ମାସ ନିମନ୍ତେ ଟଙ୍କପାଣି ରୋଡ କୋଠାକୁ ଗୋଲାପି ରଙ୍ଗରେ ଆଲୋକିତ କଲା

    15173
    Oct 26, 2026
  • ଆମୱେ ଇଣ୍ଡିଆ ବ୍ରହ୍ମପୁର ଓ ବାଲେଶ୍ୱରରେ ନବୀକୃତ ଓ ଉନ୍ନୀତ ଷ୍ଟୋରଗୁଡିକ ଖୋଲିଲା

    16105
    Oct 26, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୬ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ ତଥା ଏସଆଇଆର ତାରିଖ ପରିବର୍ତ୍ତନ

    15139
    Oct 31, 2026
  • ମୋଦୀଙ୍କୁ ନେଇ ଏମିତି ବୟାନ ଦେଲେ ଅମିତ ଶାହ

    15086
    Oct 30, 2026
  • ଶିଶୁମାନଙ୍କ ପାଇଁ ମୌଳିକ ଭେଣ୍ଟିଲେସନ୍‌ କର୍ମଶାଳା- ଆଇଏପି ଓଡ଼ିପେଡିକନ୍‌ ୨୦୨୬ର ଏକ ପ୍ରାକ୍‌-ସମ୍ମିଳନୀ କର୍ମଶାଳା

    13458
    Oct 31, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In