ସୋସିଆଲ ମିଡିଆରେ ଚର୍ଚ୍ଚିତ ଥିଲେ, ଏପଟେ ଅନ୍ତଃବସ୍ତ୍ରରେ କୋକେନ ଚାଲାଣ କରୁଥିଲେ

ଅନ୍ତଃବସ୍ତ୍ରରେ ଗଞ୍ଜେଇ ଓ କୋକେନ ଚାଲାଣ କରୁଥିବାବେଳେ ଧରାପଡିଛନ୍ତି ଜଣେ ୧୯ ବର୍ଷୀୟ ଯୁବତୀ । ତାଙ୍କ ସହ ପ୍ରେମିକ ମଧ୍ୟ ଗିରଫ ହୋଇଛନ୍ତି । ତେବେ ଗିରଫ ହୋଇଥିବା ଯୁବତୀ ଜଣକ ସୋସିଆଲ ମିଡିଆର ଚର୍ଚ୍ଚିତ ଚେହେରା ବୋଲି ଜଣାପଡିଛି । ହଜାର ହଜାର ଫଲୋଅର୍ସ ତାଙ୍କର ଥିଲେ ।
ମାମଲାଟି ବ୍ରାଜିଲର ହୋଇଥିବା ବେଳେ ଡ୍ରଗ୍ସ ସପ୍ଲାଏ କରୁଥିବା ୧୯ ବର୍ଷୀୟା ଯୁବତୀର ନାଁ ଲରେନ୍। ସେ ଡ୍ରଗ୍ସ ସପ୍ଲାଏ କରିବାକୁ ନୂଆ ତରିକା ଆପଣାଇଥିଲା। ନିଜର ଅଣ୍ଡରଓ୍ବେର ଏବଂ ବ୍ରା’ରେ ଡ୍ରଗ୍ସ ଲୁଚାଇ ନେଉଥିଲେ । ଗୋଟିଏ ସ୍ଥାନରେ ଡ୍ରଗ୍ସ ବିକିବାକୁ ଚେଷ୍ଟା କରୁଥିବା ବେଳେ ଲରେନକୁ ପୋଲିସ କାବୁ କରିଛି । ଅନ୍ତଃବସ୍ତ୍ରରେ ଲରେନ୍ ଅନେକ ପକେଟ୍ ରଖିଥିଲା । ତେବେ ଲରେନ ଏକ ହୋଟେଲରେ ରହିଥିଲା। ସେଠାରେ ପୋଲିସ ଚଢ଼ାଉ କରି ଶହ ଶହ ପ୍ୟାକେଟ ଡ୍ରଗ୍ସ ଜବତ କରିଛି । ଲରେନ ଘରୁ ମଧ୍ୟ କୋକେନ୍ ଜବତ କରିଛି ପୋଲିସ। ଲରେନ ଏବଂ ତାର ପ୍ରେମିକକୁ ପୋଲିସ ଜେଲ୍ ପଠାଇଛି । ଲରେନର ପରିବାର ଲୋକଙ୍କ ଅନୁସାରେ, ସେ ଖରାପ କାମ କରୁଛି ତେଣୁ ତାକୁ ଦଣ୍ଡ ମିଳିବା ଦରକାର ।
Powered by Froala Editor