ନିଖୋଜ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ
ମାର୍ଶାଘାଇ: କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଯଦୁପୁର ଗ୍ରାମରେ ଏକ ଅଭାବନୀୟ ଓ ସନ୍ଦେହଜନକ ଘଟଣା ସାମ୍ନାକୁ ଆସିଛି। ଗତକାଲି ରାତିରୁ ନିଖୋଜ ଥିବା ସସ୍ମିତା ନାମ୍ନୀ ଜଣେ ଛାତ୍ରୀଙ୍କ ସନ୍ଦେହଜନକ ସ୍ଥିତିରେ ମୃତ୍ୟୁ ଘଟିଛି।
ସୂଚନାଯୋଗ୍ୟ ଯେ, ସ୍ଥାନୀୟ ଏକ ପୋଖରୀ କୂଳରେ ଛାତ୍ରୀଙ୍କ ମୃତଦେହ ଭାସମାନ ଅବସ୍ଥାରେ ଠାବ କରାଯାଇଥିଲା। ତେବେ ଛାତ୍ରୀଙ୍କ ଘର ପଛପାଖରେ ପ୍ରବଳ ରକ୍ତଛିଟା ପଡ଼ିଥିବା ଦେଖିବାକୁ ମିଳିଛି, ଯାହା ଏହି ମୃତ୍ୟୁ ପଛରେ ଯୋଜନାବଦ୍ଧ ହତ୍ୟାକାଣ୍ଡ ଥିବା ନେଇ ସନ୍ଦେହକୁ ଆହୁରି ଦୃଢ଼ କରୁଛି।
ଖବର ପାଇ ମାର୍ଶାଘାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଓ ତନାଘନା ଆରମ୍ଭ କରିଛି।
Powered by Froala Editor