ଭୂସ୍ଖଳନରେ ଗୋଟିଏ ପରିବାରର ତିନିଜଣଙ୍କ ମୃତ୍ୟୁ
କନ୍ଧମାଳ: କନ୍ଧମାଳ ଜିଲା ରାଇକିଆ ବ୍ଲକ ମାଣିକେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଡାଙ୍ଗେସି ଗ୍ରାମରେ ଘଟିଥିବା ଭୂସ୍ଖଳନରେ ନିଖୋଜ ଥିବା ଗୋଟିଏ ପରିବାରର ତିନିଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଅଚ୍ୟୁତ ପ୍ରଧାନ, ତାଙ୍କ ସ୍ତ୍ରୀ ମାନସୀ ପ୍ରଧାନ ଏବଂ ସେମାନଙ୍କ ୭ ମାସର ଶିଶୁ। ଘରଠାରୁ ପ୍ରାୟ ୨୦୦ ମିଟର ଦୂରରେ ମାଟି ଅତଡ଼ା ଓ ପଙ୍କ ମଧ୍ୟରେ ସେମାନଙ୍କ ମୃତଦେହ ରହିଥିବା ଗ୍ରାମବାସୀଙ୍କ ସୂତ୍ରରୁ ଜଣାପଡ଼ିଛି।
ଗ୍ରାମବାସୀ ଅଚ୍ୟୁତଙ୍କ ଘର ସମ୍ପୂର୍ଣ୍ଣ ଭାସିଯାଇଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ଖୋଜାଖୋଜି କରିଥିଲେ। ତେବେ ପ୍ରବଳ ଜଳସ୍ରୋତ ଓ ମାଟି ଅତଡ଼ା ଖସି ପଙ୍କ ଭରି ରହିଥିବାରୁ ନିଖୋଜ ପରିବାରର ସନ୍ଧାନ ପାଇବା ସମ୍ଭବ ହୋଇ ନ ଥିଲା। ପ୍ରଶାସନକୁ ଖବର ଦିଆଯିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।
ଶୁକ୍ରବାର ପଞ୍ଚାୟତି ରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ମୃତକଙ୍କ ପରିବାରକୁ ଜଣକପିଛା ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି।
Powered by Froala Editor