କୁଲଡିହା ବନ ବିଭାଗ କାର୍ଯ୍ୟାଳୟ ଭୟାବହ ଅଗ୍ନିକାଣ୍ଡ
ନୀଳଗିରି: କୁଲଡିହା ବନ ବିଭାଗ କାର୍ଯ୍ୟାଳୟ ପାଖ ଗୋଦାମରେ ଏକ ଭୟାବହ ଅଘଟଣ ଘଟିଛି।
ସୂଚନାଯୋଗ୍ୟ, କୁଲଡିହା ବନବିଭାଗ କାର୍ଯ୍ୟାଳୟ ବାଲେଶ୍ୱର ଜିଲା ଅନ୍ତର୍ଗତ ନୀଳଗିରିଠାରେ ଅବସ୍ଥିତ। କୁଲଡିହା ବନ୍ୟପ୍ରାଣୀ ଅଭୟାରଣ୍ୟ ଏଠାରେ ଗୁରୁତ୍ୱପୂର୍ଣ୍ଣ ଫାଇଲ ଓ ବନବିଭାଗ ପକ୍ଷରୁ ସିଜ ହୋଇଥିବା ବଡ଼ ଗାଡ଼ି, ବାଇକ୍, ସିଜ ବନ୍ଧୁକ, କାଠ ଓ ଅନ୍ୟ ସାମଗ୍ରୀ ରହିବା ସହ ପରିଦର୍ଶନ ପାଇଁ ଏହି କାର୍ଯ୍ୟାଳୟରୁ ଅନୁମତି ପତ୍ର ମିଳିଥାଏ। ଶୁକ୍ରବାର ପୂବାହ୍ନରେ ନୀଳଗିରି ରେଞ୍ଜ ଅଫିସର ପାଖରୁ ହଠାତ୍ ଏକ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା, ଏହା ପରେ ବିଲ୍ଡିଂରେ ନିଆଁ ଲାଗିଥିଲା। ଖବର ପାଇ ଘଟଣାସ୍ଥଳରେ ନୀଳଗିରି ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ସଫଳତାର ସହ ଆୟତ୍ତ କରିଥିଲେ।
Powered by Froala Editor