୧୫୦ ମିନିଟ ବନ୍ଦ ରହିବ ଏସବିଆଇ ଇଣ୍ଟରନେଟ ଗ୍ରାହକ ସେବା
ନୂଆଦିଲ୍ଲୀ: ଦେଶର ବୃହତ ଜାତୀୟକରଣ ବ୍ୟାଙ୍କ ‘ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ’ (ଏସବିଆଇ) ଆଜି ଗ୍ରାହକମାନଙ୍କ ଲାଗି ୧୫୦ ମିନିଟ ପାଇଁ କେତେକ ସେବା ବନ୍ଦ କରିବାକୁ ସୂଚନା ଦେଇଛନ୍ତି । ଏ ନେଇ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କୁ ସେବା ବନ୍ଦ ରହିବାର ନିର୍ଦ୍ଧାରିତ ସମୟ ପୂର୍ବରୁ ଆବଶ୍ୟକ ବ୍ୟାଙ୍କ କାର୍ଯ୍ୟ ଶେଷ କରିଦେବାକୁ ଅନୁରୋଧ କରାଯାଇଛି । ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କେତେକ ମରାମତି କାର୍ଯ୍ୟ ଆଜି ରାତି ୧୦ଟା ୪୫ ମିନିଟରୁ ବିଳମ୍ବିତ ରାତି ୧ଟା ୧୫ ଯାଏ ଇଣ୍ଟରନେଟ ବ୍ୟାଙ୍କିଙ୍ଗ, ୟୁପିଆଇ ବ୍ୟାଙ୍କିଙ୍ଗ ଓ ୟୁନୋ ଆପ ସେବା ବନ୍ଦ ରହିବ । ଗ୍ରାହକଙ୍କୁ ଅଧିକ ଦ୍ରୁତ ଓ ସ୍ୱଚ୍ଛ ସେବା ଯୋଗାବା ଲାଗି ଏଥିପାଇଁ କେତେକ ପଦକ୍ଷେପ ନିଆଯାଉଥିବା ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ସୂଚନା ଥାଉ କି ଏହା ପୂର୍ବରୁ ଜୁଲାଇ ୧୬ ଓ ଜୁନ ୧୩ ତାରିଖରେ ବି ଏସବିଆଇର କିଛି ସେବା ପ୍ରଭାବିତ ହୋଇଥିଲା ।
Powered by Froala Editor