ନବ ନିଯୁକ୍ତ ରାଜ୍ୟପାଳ ବ୍ରଜ ମୋହନ ରାମ ଖୁବଶୀଘ୍ର ନେବେ ଦାୟିତ୍ବ
ଭୁବନେଶ୍ୱର: ଖୁବଶୀଘ୍ର ଦାୟିତ୍ବ ନେବେ ନବ ନିଯୁକ୍ତ ରାଜ୍ୟପାଳ ବ୍ରଜ ମୋହନ ରାମ। ନୂଆ ନିଯୁକ୍ତି ମିଳିବା ପରେ ପ୍ରଥମ ଥର ଗଣମାଧ୍ୟମକୁ ପ୍ରତିକ୍ରିୟାରେ ସେ କହିଛନ୍ତି, ସମନ୍ବୟ ରକ୍ଷା କରି କାମ କରିବି। ଲୋକଙ୍କ ସେବା କରିବି। ପରିସ୍ଥିତି ଅନୁସାରେ ମୁଖ୍ୟମନ୍ତ୍ରୀ ଓ ଲୋକଙ୍କ ସହ ଆଲୋଚନା କରି କାମ କରିବି। ବେକାରୀ ସମସ୍ୟା, ସ୍ବାସ୍ଥ୍ୟ ଓ ଶିକ୍ଷା ଭଳି ମୌଳିକ ଆବଶ୍ୟକତାକୁ ପ୍ରାଥମିକତା ଦେବି। ଓଡ଼ିଶାରେ ବହୁତ ଖଣିଜ ସମ୍ପଦ ଅଛି, ଯାହାଦ୍ୱାରା ବେକାରୀ ସମସ୍ୟା ଦୂର ହେବ ବୋଲି କହିଛନ୍ତି ନବ ନିଯୁକ୍ତ ରାଜ୍ୟପାଳ ବ୍ରଜ ମୋହନ ରାମ।
Powered by Froala Editor