'୨୦୨୧-୨୨ ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ହାର ୯.୫%'

ନୂଆଦିଲ୍ଲୀ: ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ହାର ୯.୫% ହେବାନେଇ ଅନୁମାନ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଆରବିଆଇ ପକ୍ଷରୁ ଶୁକ୍ରବାର କୁହାଯାଇଛି ଯେ ଦେଶରେ ଅର୍ଥନୈତିକ କାର୍ୟ୍ୟକଳାପ ସ୍ୱାଭାବିକ ହେବା ଆରମ୍ଭ ହୋଇଛି ଏବଂ ଘରୋଇ ସ୍ତରରେ ଉପଭୋକ୍ତା ଆହରଣରେ ଉନ୍ନତି ଘଟୁଛି। ଅନୁରୂପ ଭାବେ ପୁଞ୍ଜିନିବେଶ ଏବଂ ବାହ୍ୟ ଚାହିଦାରେ ମଧ୍ୟ ସୁଧାର ଆସୁଥିବା ସୂଚନା ମିଳୁଛି। ପୂର୍ବରୁ ଜୁନ ୪ ତାରିଖରେ ଆରବିଆଇ ତାହାର ଆର୍ଥିକ ନୀତିର ସମୀକ୍ଷା ସମୟରେ ଜିଡିପି ଅଭିବୃଦ୍ଧି ଅନୁମାନ ୧୦.୫%ରୁ ୯.୫%କୁ ହ୍ରାସ କରିଥିଲା। ଗତ ମାସରେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଭାରତର ଅଭିବୃଦ୍ଧି ଅନୁମାନ ୩୦୦ ବେସିସ ପଏଣ୍ଟ ହ୍ରାସକରି ତାହା ୯.୫% ହେବ ବୋଲି କହିଥିଲା।
Powered by Froala Editor