ସେମି ଫାଇନାଲରେ ରେସଲର ବଜରଙ୍ଗ ପୁନିଆ
ଟୋକିଓ : ଟୋକିଓରେ ଆଉ ଏକ ପଦକ ଆଶା ସଂଚାରିତ ହୋଇଛି । ରେସଲର ବଜରଙ୍ଗ ପୁନିଆ ୬୫ କେଜି ବର୍ଗରେ ସେମି ଫାଇନାଲରେ ପହଁଚିଛନ୍ତି ।
ଇରାନର ମୋର୍ଟେଜା ଘିଆସିଙ୍କୁ ସେ କ୍ୱାର୍ଟର ଫାଇନାଲରେ ପରାସ୍ତ କରିଥିଲେ । ଅପରପକ୍ଷରେ ଭାରତୀୟ ରେସଲର ସୀମା ବିଶାଲ କ୍ୱାର୍ଟର ଫାଇନାଲରେ ପରାସ୍ତ ହୋଇଛନ୍ତି । ଫଳରେ ଅଲମ୍ପିକରେ ତାଙ୍କର ଯାତ୍ରା ଶେଷ ହୋଇଛି । ତେବେ ଅଲମ୍ପିକରେ ପଦକ ଜିଣି ଇତିହାସ ରଚିବାକୁ ଭାରତୀୟ ମହିଳା ହକି ଟିମ ସ୍ୱପ୍ନ ଦେଖିଥିଲେବି ତାହା ସାକାର ହୋଇପାରିନାହିଁ । ପ୍ରାରମ୍ଭରେ ଭଲ ପ୍ରଦର୍ଶନ କରିଥିବା ଭାରତୀୟ ଟିମକୁ କିନ୍ତୁ ବ୍ରିଟେନ ଟିମ ଝଟକା ଦେଇଥିଲା । ଭାରତ ୩-୨ରେ ଅଗ୍ରଣୀ ହାସଲ କରିଥିଲେବି ବ୍ରିଟେନ ଖେଳାଳୀ ଶେଷଭାଗ ଆଡ଼କୁ ଭଳ ପ୍ରଦର୍ଶନ କରିଥିଲେ । ବ୍ରିଟେନ ଅଧିନାୟିକା ହୋଲି ପର୍ଣ୍ଣେ ୱେବ ଗୋଲ ସ୍କୋର କରି ମ୍ୟାଚକୁ ବରାବର କରିଥିବାବେଳେ ପରେ ଗ୍ରେସ ବାଲସଡୋନ ଚତୁର୍ଥ ଗୋଲ ସ୍କୋର କରି ବ୍ରିଟେନର ବିଜୟକୁ ନିଶ୍ଚିତ କରିଦେଇଥିଲେ ।
Powered by Froala Editor