ହୀରାକୁଦ ଜଳଭଣ୍ଡାରର ୨୮ଟି କ୍ରେଷ୍ଟ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ
ସମ୍ବଲପୁର: ଉପରମୁଣ୍ଡ ଛତିଶଗଡ଼ରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୮.୩୯ ଫୁଟ୍ରେ ପହଞ୍ଚିଛି ଏବଂ ଏହା କ୍ରମାଗତ ବୃଦ୍ଧି ପାଉଛି। ୨୮ଟି କ୍ରେଷ୍ଟ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି। ମୋଟ ୪,୯୩,୫୭୬ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିବା ବେଳେ ସେଥିମଧ୍ୟରୁ କେବଳ ସ୍ପିଲ୍ୱେ (ଗେଟ୍) ଦେଇ ୪,୫୬,୮୭୬ କ୍ୟୁସେକ୍ ବନ୍ୟା ଜଳ ନଦୀକୁ ଛଡ଼ାଯାଉଛି।
ଆସନ୍ତା ୨୪ଘଣ୍ଟା ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ଏହିସବୁ ଜିଲାଗୁଡ଼ିକୁ ସତର୍କ ସୂଚନା ଜାରି କରାଯାଇଛି।
Powered by Froala Editor