ଗୃହ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ୪ଟା ଯାଏ ଗୃହ ମୁଲତବି
ଭୁବନେଶ୍ୱର : ଆଜି ମୌସୁମୀ ଅଧିବେଶନର ପଞ୍ଚମ ଦିନ। ଅନ୍ୟ ୪ ଦିନ ଭଳି ସୋମବାର ମଧ୍ୟ ଗୃହ ବେଶ ସରଗରମ ରହିଛି। ଗୃହରେ ପ୍ରଶ୍ନକାଳ ସମୟରେ ଗୃହ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହୋହଲ୍ଲା ଓ ହଟ୍ଟଗୋଳ ପାଇଁ ପ୍ରଥମେ ୧୧ଟା ୩୦ ଯାଏଁ ବାଚସ୍ପତି ସୁରମା ପାଢୀ ଗୃହକୁ ମୁଲତବି କରିଥିଲେ, ଏହାପରେ ଶୂନ୍ୟକାଳରେ ପୁଣି କଂଗ୍ରେସର ହୋହଲ୍ଲା, ହଟ୍ଟଗୋଳ ସହ ଏମଏମଡିଆର ବିଲ୍ ପ୍ରତ୍ୟାହାର ଦାବିରେ ନାରାବାଜି କରିଛନ୍ତି। ପ୍ରବଳ ହଟ୍ଟଗୋଳ କାରଣରୁ ଗୃହକୁ ୪ଟା ଯାଏଁ ବାଚସ୍ପତି ମୁଲତବି ଘୋଷଣା କରିଛନ୍ତି।
Powered by Froala Editor