କଳିଙ୍ଗା ଘାଟିରେ ଭୂସ୍ଖଳନ, ନିୟମିତ ବସ ଆସିବା ବନ୍ଦ
ରାଇକିଆ: କଳିଙ୍ଗା ଘାଟିରେ ଭୂସ୍ଖଳନର ପ୍ରଭାବ କନ୍ଧମାଳ ଜିଲାବାସୀଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ବିଶେଷ କରି ରାଇକିଆ, ଜି. ଉଦୟଗିରି ଅଞ୍ଚଳକୁ ନିୟମିତ ବସ ଆସିବା ବନ୍ଦ ହୋଇଛି। ବସ୍ଗୁଡ଼ିକ ଚକାପାଦ ଦେଇ କନ୍ଧମାଳ ଜିଲାକୁ ଆସୁଥିବାରୁ ୫୦ କିମି ଅଧିକ ପଡ଼ୁଛି। ଫଳରେ ଅନେକ ଯାତ୍ରୀବାହୀ ବସ୍ ରାଇକିଆ, ଜି.ଉଦୟଗିରି ଅଞ୍ଚଳକୁ ଆସୁନାହିଁ । ଏଥି ଯୋଗୁ ବ୍ରହ୍ମପୁର, ଭଞ୍ଜନଗର, ଆସିକା ଅଞ୍ଚଳକୁ ଯିବା ପାଇଁ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ସେହିପରି ପନିପରିବା, ଜରୁରୀ ସାମଗ୍ରୀ ବୋଝେଇ ଟ୍ରକ୍, ମିନିଟ୍ରକ୍ ମଧ୍ୟ ଅନ୍ୟ ରାସ୍ତାରେ ଆସୁଥିବାରୁ ଭଡ଼ା ବଢ଼ିବା ସହ ସାମଗ୍ରୀ ଦର୍ ଉପରେ ବର୍ଦ୍ଧିତ ଭଡ଼ା ଲାଗୁ ହେଉଛି। ଫଳରେ ସାଧାରଣ ଲୋକଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି।
Powered by Froala Editor