ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ
ମାଲକାନଗିରି: ଭିଜିଲାନ୍ସ ଜାଲରେ ମାଲକାନଗିରି ମାଥିଲି ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ଶିଶିର କୁମାର ଦାଶ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର, ବ୍ରହ୍ମପୁର ଓ ମାଲକାନଗିରିର ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି। ଭୁବନେଶ୍ୱର ବରମୁଣ୍ଡାରେ ୪ ମହଲା କୋଠା ଏବଂ ବ୍ରହ୍ମପୁର ନୀଳାଚଳ ନଗରରେ ଦୁଇ ମହଲା କୋଠା ଠାବ ହୋଇଛି । ବ୍ରହ୍ମପୁର ଗଜପତି ନଗରରେ ଥିବା ପୈତୃକ ଘର ଓ ଗଞ୍ଜାମ ବାସୁଦେବପୁରରେ ଥିବା ଘରେ ମଧ୍ୟ ଚଢ଼ାଉ ଜାରି ରହିଛି । ମାଲକାନଗିରିସ୍ଥିତ ଭଡ଼ାଘର ଓ ଅଫିସ୍ ଚାମ୍ବରରେ ଖୋଳତାଡ଼ କରୁଛି ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍।
ସୂଚନା ଅନୁଯାୟୀ, ରବିବାର ସକାଳୁ ସକାଳୁ ଓଡ଼ିଶା ଭିଜିଲାନ୍ସ ଟିମ୍ ଏଇଇଙ୍କ ଘରେ ଚଢ଼ାଉ କରିଛି। ବ୍ରହ୍ମପୁର ଭିଜିଲାନ୍ସ ସ୍ୱତନ୍ତ୍ର ଅଦାଲତଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଭୁବନେଶ୍ୱର ବରମୁଣ୍ଡା, ବ୍ରହ୍ମପୁର, ଗଞ୍ଜାମର ବାସୁଦେବପୁର, ମାଲକାନଗିରିର ଭଡ଼ା ଘର ଓ ଡିଆର୍ଡିଏ କାର୍ଯ୍ୟାଳୟ ସମେତ ୬ ସ୍ଥାନରେ ଯାଞ୍ଚ ଚାଲିଛି। ଜଣେ ଅତିରିକ୍ତ ଏସ୍ପି , ୫ ଡିଏସ୍ପି ଓ ୫ ଇନ୍ସପେକ୍ଟରଙ୍କ ସମେତ ଭିଜିଲାନ୍ସ ଟିମ୍ ଏହି ଚଢ଼ାଉରେ ସାମିଲ ଅଛନ୍ତି।
Powered by Froala Editor