ଇସ୍ତଫା ଦେଲେ ପ୍ରଶାନ୍ତ କିଶୋର
ନୂଆଦିଲ୍ଲୀ: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଗୁରୁବାର ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ୨ ତାରିଖରେ ତାଙ୍କୁ ଏହି ପଦବୀରେ ନିଯୁକ୍ତି ଦିଆଯାଇଥିଲା। ସେ ପଞ୍ଜାବରେ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ମଧ୍ୟ ପାଇଥିଲେ।
ତେବେ କଂଗ୍ରେସରେ ସାମିଲ୍ ହେବା ନେଇ ଚର୍ଚ୍ଚା ଭିତରେ ଆଜି ପ୍ରଶାନ୍ତ କିଶୋର ଅମରିନ୍ଦର ସିଂହଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି। ଖୁବ ଶୀଘ୍ର ସେ କଂଗ୍ରେସରେ ଯୋଗ ଦେବା ନେଇ ସୂଚନା ରହିଛି।
ସୂଚନାଯୋଗ୍ୟ, ନରେନ୍ଦ୍ର ମୋଦି ୨୦୧୪ରେ ସାଧାରଣ ନିର୍ବାଚନ ଲଢ଼ିବା ବେଳେ ପ୍ରଶାନ୍ତ କିଶୋର ତାଙ୍କ ପାଇଁ ନିର୍ବାଚନ ରଣନୀତି ପ୍ରୁସ୍ତୁତ କରିଥିଲେ। ଆଉ ମୋଦି ବିଜୟୀ ହୋଇଥିଲେ। ଏହାପରେ ପ୍ରଶାନ୍ତ କିଶୋର ବିଜେପି ସହ ଆଉ କୌଣସି ଚୁକ୍ତି ନକରି ଅନ୍ୟାନ୍ୟ ଦଳ ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରିଥିଲେ। ଏହାପରେ ସେ ଜେଡିୟୁରେ ସାମିଲ ହୋଇଥିଲେ। ହେଲେ ଦଳର ସୁପ୍ରିମୋ ନୀତୀଶ କୁମାର ତାଙ୍କୁ ବହିଷ୍କୃତ କରିଥିଲେ। ନିକଟରେ ପ୍ରଶାନ୍ତ ପଶ୍ଚିମଙ୍ଗରେ ଟିଏମସି ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରି ଦଳକୁ ବିଜୟୀ କରାଇଛନ୍ତି।
Powered by Froala Editor