ଏବେ ଭଡ଼ାରେ ଲାଗିବ ପ୍ରଧାନମନ୍ତ୍ରୀଙ୍କ ବାସଭବନ
ଇସଲମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସରକାରୀ ବାସଭବନ ଏବେ ଭଡ଼ାରେ ଉପଲବ୍ଧ ହେବ । ଆର୍ଥିକ ସଂକଟର ସାମ୍ନା କରୁଥିବା ପାକ ପକ୍ଷରୁ ଇସଲମାବାଦସ୍ଥିତ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନକୁ ସାଧାରଣ ଲୋକଙ୍କ ଭଡ଼ାରେ ଦେବା ଲାଗି ନିଷ୍ପତ୍ତି ନିଆଯାଇଛି । ସାଂସ୍କୃତିକ, ଫ୍ୟାଶନ, ଶିକ୍ଷା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ଲୋକେ ତାକୁ ଭଡ଼ାରେ ନେଇପାରିବେ । ଏହା ପୂର୍ବରୁ ୨୦୧୯ ମସିହାରେ ପିଟିଆଇ ସରକାର ଗଠିତ ହେବା ପରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ସରକାରୀ ବାସଭବନକୁ ଏକ ବିଶ୍ୱ ବିଦ୍ୟାଳୟରେ ପରିଣତ କରିବାକୁ ଘୋଷଣାକରିଥିଲେ । ସେଥିଲାଗି ଘରକୁ ଖାଲି ବି କରିଦେଇଥିଲେ । ସମା ଟିଭି ଅନୁସାରେ ସରକାର ଏବେ ବିଶ୍ୱ ବିଦ୍ୟାଳୟ ପ୍ରକଳ୍ପରୁ ମୁହଁ ଫେରାଇ ନେଇଛି । ତେଣୁ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଭଡ଼ାରେ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଏହି ସଂକ୍ରାନ୍ତରେ ଖୁବ ଶୀଘ୍ର ଇମ୍ରାନଙ୍କ କ୍ୟାବିନେଟର ବୈଠକ ଅନୁଷ୍ଠିତ ହେବ ।
Powered by Froala Editor