ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚାର ନୂଆ ପଦାଧିକାରୀ

ଭୁବନେଶ୍ୱର: ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ନିତ୍ୟାନନ୍ଦ ଗଣ୍ଡ ଅନୂସୂଚିତ ଜନଜାତି ମୋର୍ଚ୍ଚ ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଥାୟୀ ନିମନ୍ତ୍ରିତ ସଦସ୍ୟଙ୍କ ନାମ ତାଲିକା ଘୋଷଣା କରିଛନ୍ତି । ଅନୁସୂଚିତ ଜନଜାତି ମୋର୍ଚ୍ଚାର ରାଜ୍ୟ ଉପସଭାପତି ଭାବେ ବିଧାୟିକା କୁସୁମ ଟେଟେ, ରାମଚନ୍ଦ୍ର ହାଁସଦା, ବିଜୟ ଦିଶାରୀ, ମମିତା ନାୟକ, ବିହାରୀ ମାଝୀଙ୍କୁ ଦାୟିତ୍ୱ ଦିଆଯାଇଛି । ସାଧାରଣ ସମ୍ପାଦକ ଭାବେ ଗୋବର୍ଦ୍ଧନ ଭୋଏ ଓ କୈଳାସ ନାୟକ, ରାଜ୍ୟ ସମ୍ପାଦକ ବିଦ୍ୟାଧର ଶବର, ଜଳନ୍ଧର ନାୟକ, ବସନ୍ତ ପ୍ରଧାନ, ଅନନ୍ତ ଟୁଡୁ, ସିଦ୍ଧାର୍ଥ ସିଂହ, ବିରେନ୍ଦ୍ର ପୂଜାରୀ ଓ କୋଷାଧ୍ୟକ୍ଷ ଭାବେ ବିନୋଦ ହେମ୍ବ୍ରମଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ମୋର୍ଚ୍ଚାର ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଭାବେ ସାଂସଦ ଜୁଏଲ ଓରାମ, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ମୋହନ ଚରଣ ମାଝୀ, ରବି ନାରାୟଣ ନାଏକ, ସୁକେଶୀ ଓରାମ, ବିଧାୟକ ଭାସ୍କର ମଢେ଼ଇ, ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ପର୍ଶୁରାମ ମାଝୀ, କାଳିରାମ ମାଝୀ, ଖାମ ସିଂହ ମାଝୀ, ବିଧାୟକ ଶଙ୍କର ଓରାମ, ନବଚରଣ ମାଝୀ, ଡ.ବୁଦ୍ଧାନ ମୁର୍ମୁ, ଭବାନୀ ଭୋଇ, ଗଣେଶ ରାମ ସିଂହ ଖୁଣ୍ଟିଆ, ଆଦିତ୍ୟ ମାଢ଼ୀ, ପୂର୍ଣ୍ଣିମା କେରକେଟା, ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ, କରେନ୍ଦ୍ର ମାଝୀ, ପଦ୍ମଚରଣ ହାଇବ୍ରୁ, ଭବାନୀ ଶଙ୍କର ନାୟକ ଓ ଧନୁର୍ଜୟ ସିଦ୍ଧୁଙ୍କୁ ମନୋନୀତ କରାଯାଇଛି ।
Powered by Froala Editor