୨୦୨୩ରେ ଖୋଲିବ ରାମମନ୍ଦିର

ଅଯୋଧ୍ୟା: ୨୦୨୩ ଡିସେମ୍ବର ସୁଦ୍ଧା ଅଯୋଧ୍ୟା ରାମ ମନ୍ଦିର ଭକ୍ତଙ୍କ ପାଇଁ ଖୋଲାଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି । ୨୦୨୩ ସୁଦ୍ଧା ଗର୍ଭଗୃହ ଏବଂ ପ୍ରବେଶ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ କରାଯାଇ ଭକ୍ତଙ୍କ ଉଦେ୍ଧଶ୍ୟରେ ମନ୍ଦିର ଖୋଲାଯିବ । ତେବେ ୨୦୨୫ ସୁଦ୍ଧା ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ରୂପେ ଶେଷ କରିବାକୁ ଟାର୍ଗେଟ ରଖାଯାଇଛି । ମନ୍ଦିର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଇଞ୍ଜିନିୟର, ବାସ୍ତୁ ଶାସ୍ତ୍ରୀ ଏବଂ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ୧୫ ଜଣ ସଦସ୍ୟଙ୍କ ଦ୍ୱିଦିବସୀୟ ବୈଠକ ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ୨୦୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ଦିର ଉଦଘାଟନ କରିବେ ବୋଲି ଯୋଜନା ରହିଛି ।
Powered by Froala Editor