ଭାରତୀୟ ପୁରୁଷ ହକି ଦଳକୁ ଧର୍ମେନ୍ଦ୍ରଙ୍କ ଶୁଭେଚ୍ଛା
ଭୁବନେଶ୍ୱର: ଟୋକିଓରେ ଇତିହାସ ରଚିଲା ଭାରତୀୟ ପୁରୁଷ ହକି ଦଳ । ଜର୍ମାନୀକୁ ହରାଇ ବ୍ରୋଞ୍ଜ ପଦକ ଜିତିଛି ଭାରତ । ଜର୍ମାନୀକୁ ୫-୪ ଗୋଲରେ ହରାଇ ବଡ଼ ସଫଳତା ହାସଲ କରିଛି ଟିମ୍ ଇଣ୍ଡିଆ । ଏହି ଅବସରରେ ଭାରତୀୟ ପୁରୁଷ ହକି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏନେଇ କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, ସବୁଦିନ ପାଇଁ ଏହା ହେଉଛି ମନେ ରଖିବା ଭଳି କ୍ଷଣ । ହକିରେ ପଦକର ଅପେକ୍ଷା ଶେଷ ହୋଇଛି । ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ହାତେଇଛି ଭାରତ । ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବ । ପୁରୁଷ ହକି ଦଳର ପ୍ରତ୍ୟେକ ଖେଳାଳୀଙ୍କୁ ଅଭିନନ୍ଦନ ।
ସେହିପରି ଭୁରୁଷ ହକି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୀର୍ଘ ୪୧ ବର୍ଷ ପରେ ଚମତ୍କାର ବିଜୟ ପାଇଁ ଭାରତୀୟ ପୁରୁଷ ହକି ଦଳକୁ ଅଭିନନ୍ଦନ । ଟୋକିଓ ୨୦୨୦ ରେ ଏହି ଐତିହାସିକ ବିଜୟ କ୍ରୀଡ଼ାପ୍ରେମୀଙ୍କୁ ପ୍ରେରଣା ଯୋଗାଇବ ।
Powered by Froala Editor