ଧାନ ପଞ୍ଜୀକରଣ ଅବଧି ଆଉ ବୃଦ୍ଧି କରାଯିବ ନାହିଁ: ମନ୍ତ୍ରୀ
ଭୁବନେଶ୍ୱର : ଆଉ ବଢ଼ିବନି ଧାନ ପଞ୍ଜୀକରଣ ଅବଧି। ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିଛନ୍ତି। ଗତ ବର୍ଷ ୧୯ ଲକ୍ଷ ୬୭ ହଜାର ଚାଷୀ ପଞ୍ଜୀକରଣ କରିଥିବାବେଳେ ଚଳିତ ବର୍ଷ ୬ ତାରିଖ ସୁଦ୍ଧା ୨୧.୪୨ ଲକ୍ଷ ଚାଷୀ ପଞ୍ଜୀକରଣ କରିସାରିଲେଣି। ତେଣୁ ପଞ୍ଜୀକରଣ ଅବଧି ଆଉ ବୃଦ୍ଧି କରାଯିବ ନାହିଁ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ। ମନ୍ତ୍ରୀ କହିଛନ୍ତି ଯେ, ଲଗାଣ ବର୍ଷା ଯୋଗୁଁ ପଞ୍ଜୀକରଣରେ ସମସ୍ୟା ଦେଖା ଦେଇଥିଲା। ତେଣୁ ପୂର୍ବରୁ ସରକାର ଧାନ ବିକ୍ରି ପାଇଁ ପଞ୍ଜୀକରଣ ଅବଧିକୁ ୭ ଦିନ ବୃଦ୍ଧି କରିଥିଲେ। ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିଥିବାରୁ ଧାନ କିଣା ପ୍ରକ୍ରିୟାକୁ ସୁବ୍ୟବସ୍ଥିତ ଓ ସ୍ୱଚ୍ଛ ଭାବେ ପରିଚାଳନା କରିବା ସରକାରଙ୍କ ପାଇଁ ଏବେ ଗୁରୁତ୍ୱପୂର୍ଣ୍ଣ ହେବ। ଏହା ସହ ଆମ ସରକାର ସବୁବେଳେ ଚାଷୀଙ୍କ ହିତରେ ଅଛନ୍ତି। ସରକାରଙ୍କ ପାଖରେ ୨୪ ହଜାର ୪୦୦ ଟନ୍ ସାର ଗଚ୍ଛିତ ରହିଛି। ଅବହେଳା ହେଲେ ଡିଲରଙ୍କୁ ନିଲମ୍ବନ କରାଯାଉଛି। ଲାଇସେନ୍ସ ରବ୍ଦ କରାଯାଉଛି ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ।
Powered by Froala Editor