ପିଆଜ ଦର ଆକାଶଛୁଆଁ, ପଖାଳ କଂସାରୁ ଗାଏବ ହୋଇଗଲାଣି ପିଆଜ
ଭୁବନେଶ୍ବର: କନ୍ଦାଉଛି ପିଆଜ। ପିଆଜରେ ହାତ ମାରି ହେଉନି। ଛୁଇଁବା ମାତ୍ରେ ଏବେ ୭୦ ଟଙ୍କା। ଯେତିକି ଆବଶ୍ୟକ ସେତିକି ପିଆଜ ବଜାରକୁ ଆସୁନି। ଗରିବର ପଖାଳ କଂସାରୁ ଗାଏବ ହୋଇଗଲାଣି ପିଆଜ।
ଛୁଇଁବା ତ ଦୂର କଥା କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି। ପ୍ରତିଦିନ କଟକ ଛତ୍ରବଜାରକୁ ୫ରୁ ୬ଟା ଟ୍ରକ୍ ପିଆଜ ଆସୁଥିଲା। ହେଲେ ଏବେ ତାହା ବି ଆସୁନି।
ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲା ଓ ଅନୁଗୁଳ ବ୍ୟତୀତ ଅନ୍ୟ ଜିଲ୍ଲାରେ ପ୍ରାୟ ପିଆଜ ଚାଷ ହେଉନି। ମହାରାଷ୍ଟ୍ରର ନାସିକ, ଦିଲ୍ଲୀ କିମ୍ବା ଆନ୍ଧ୍ରପ୍ରଦେଶରୁ ପିଆଜ ଆସୁଛି। ପିଆଜ ବାହାରୁ ଆସିବା କମିଗଲେ ଦର ଉଚ୍ଚା ରହୁଛି। ଏହାସହ ମହାରାଷ୍ଟ୍ରରେ ବର୍ଷାରୁ ପିଆଜ ଚାଷ କ୍ଷତିଗ୍ରସ୍ତ ହୋଇଥିବାରୁ ଦର ବୃଦ୍ଧି ପାଉଥିବା କହିଛନ୍ତି ବ୍ୟବସାୟୀ।
Powered by Froala Editor