ଜୁନିୟର ଛାତ୍ରଙ୍କୁ ସିନିୟର ଛାତ୍ର କଲେ ରାଗିଂ
ରାୟଗଡ଼ା : ପୁଣି ସାମ୍ନାକୁ ଆସିଲା ଛାତ୍ର ନିର୍ଯ୍ୟାତନା ଘଟଣା। ଜଣେ ଜୁନିୟର ଛାତ୍ରଙ୍କୁ ସିନିୟର୍ ଛାତ୍ର ମାଡ ମାରିଥିବା ଅଭିଯୋଗ । ଖାଲି ମାଡ଼ ନୁହେଁ ଲୁଗା ସଫା କରିବା,ବାସନ ମଜାଇବା କାମରେ ଲଗାଇବା ଭଳି ଗୁରୁତର ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ରାୟଗଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ।
ସୂଚନା ଅନୁସାରେ, ରାୟଗଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଣେ ଜୁନିୟର ଛାତ୍ରଙ୍କୁ ସିନିୟର୍ ଛାତ୍ର ମାଡ ମାରିଥିବା ଅଭିଯୋଗ ହୋଇଛି । ଏହାସହ ତାଙ୍କୁ ବାସନ ମଜେଇବା ଓ ଲୁଗାସଫା କାମରେ ଲଗାଇଥିବା ଅଭିଯୋଗ ହୋଇଛି । ଜୁନିୟର ଛାତ୍ରର ବାମ ହାତରେ ଆଘାତ ଲାଗିଥିବା ବେଳେ ଏହି ଘଟଣାକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଚାପିଦେବାକୁ ଉଦ୍ୟମ କରୁଛନ୍ତି । ଏନେଇ ସ୍ଥାନୀୟ ଲୋକ ନିର୍ଯ୍ଯାତନାର ଶିକାର ହୋଇଥିବା ଛାତ୍ରର ପରିବାରକୁ ଜଣାଇଛନ୍ତି ।
Powered by Froala Editor