ପ୍ରଥମ କରି ମା ହେଲା ସିଂହୀ ମାୟା
ବାରଙ୍ଗ: ନନ୍ଦନକାନନ ପାଇଁ ଏକ ଖୁସି ଖବର। ସିଂହୀ ମାୟା ପ୍ରଥମ କରି ମା’ ହୋଇଛି। ୧୧୨ ଦିନର ଗର୍ଭଧାରଣ ପରେ ସୋମବାର ଭୋର୍ରେ ସିଂହୀ ମାୟା ଦୁଇଟି ଶାବକକୁ ଜନ୍ମ ଦେଇଛି। ପ୍ରଥମ ଶାବକଟି ଆଜି ଭୋର୍ ୨ଟା ୪୧ ରେ ମୃତ ଅବସ୍ଥାରେ ଜନ୍ମ ହୋଇଥିବା ବେଳେ, ଦ୍ୱିତୀୟ ଶାବକଟି ସକାଳ ୫ଟା ୪୯ରେ ଜୀବିତ ଅବସ୍ଥାରେ ଜନ୍ମ ହୋଇଛି। ମେ’ ୧୬ ଓ ୧୭ ତାରିଖରେ ସିଂହ ଶିବମ ସହ ସିଂହୀ ମାୟାର ମିଳନ କରାଯାଇଥିଲା। ପ୍ରଥମ ଥର ମା’ ହୋଇଥିବାରୁ ମାୟା ଭିତରେ ମା’ର ମମତା ଦେଖିବାକୁ ମିଳୁନି।
Powered by Froala Editor