ଆଗକୁ ଆସୁଛି ପାର୍ବଣ ଋତୁ, କଟକଣା କଡାକଡି କରିବାକୁ ନିଦେ୍ର୍ଧଶ
ନୂଆଦିଲ୍ଲୀ: ଆଗକୁ ପାର୍ବଣ ଋତୁ ଆସୁଥିବାରୁ ରାଜ୍ୟମାନେ ସ୍ଥାନୀୟ ଅଞ୍ଚଳରେ କଟକଣା କଡ଼ାକଡ଼ି କରିବାକୁ କେନ୍ଦ୍ର ସରକାର ନିଦେ୍ର୍ଧଶ ଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏ ନେଇ ସମସ୍ତ ରାଜ୍ୟଙ୍କୁ ଚିଠି ଲେଖିଛନ୍ତି । ଦେଶରେ ସଂକ୍ରମଣ ଲଗାତର ବଢ଼ୁଥିବା ବେଳେ କେନ୍ଦ୍ର ସରକାର ପୁଣି ରାଜ୍ୟମାନଙ୍କୁ ସତର୍କ କରାଇଛନ୍ତି । ଅଗଷ୍ଟ ୧୯ରେ ମହରମ ଠାରୁ ଆରମ୍ଭ କରି ଅକ୍ଟୋବର ୧୫ ରେ ଦୁର୍ଗା ପୂଜା ଶେଷ ହେବା ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳରେ କଟକଣା ଜାରି ରଖିବାକୁ ରାଜ୍ୟମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନିଦେ୍ର୍ଧଶ ଦିଆଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଚିଠିରେ କୁହାଯାଇଛି ଯେ, ପାର୍ବଣ ଋତୁରେ ପ୍ରବଳ ଭିଡ଼ ହେଉଥିବା ଘଟଣାରେ ଆଇସିଏମଆର ଏବଂ ଏନସିଡିସି ଚିନ୍ତା ପ୍ରକଟ କରିଛନ୍ତି । ତେଣୁ ସ୍ଥାନୀୟ ସ୍ତରରେ କଟକଣା କଡ଼ାକଡ଼ି କରିବାକୁ ହେବ ବୋଲି କେନ୍ଦ୍ର ସରକାର କହିଛନ୍ତି ।
Powered by Froala Editor