ରାଜ୍ୟ ସରକାରଙ୍କ ପକ୍ଷରୁ ହକି ଟିମକୁ ଭବ୍ୟ ସମ୍ବଦ୍ଧ୍ୱର୍ନା ଦେବ ଓଡ଼ିଶା
ଟୋକିଓ : ୧୯୮୦ ପରେ ପ୍ରଥମ ଥର ପାଇଁ ଭାରତୀୟ ହକି ଟିମ ବ୍ରୋଞ୍ଜ ପଦକ ପାଇଛି । ସାରା ଭାରତୀୟଙ୍କ ପାଇଁ ଏହା ଯେତିକି ଖୁସି ଆଣିଦେଇଛି ଓଡ଼ିଶାବାସୀଙ୍କ ପାଇଁ ତତୋଧିକ ଖୁସି ଆଣିଛି । ଉଭୟ ମହିଳା ଓ ପୁରୁଷ ଦଳର ପ୍ରାୟୋଜକ ଥିଲା ଓଡ଼ିଶା । ଯାହାକୁ ନେଇ ବିରୋଧୀ ଅନେକ ସମାଲୋଚନା କରୁଥିବାବେଳେ ନବୀନଙ୍କ ଏହି ନିଷ୍ପତି କିନ୍ତୁ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଦେଇଛି । ଟୋକିଓ ଅଲମ୍ପିକରେ ହକି ଖେଳାଳୀଙ୍କ ଜର୍ସିରେ ଓଡ଼ିଶା ଲେଖାଯିବା ଛୋଟ କଥା ନୁହେଁ ବୋଲି ଅନେକ କ୍ରୀଡ଼ା ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି ।
ଅପରପକ୍ଷରେ ହକି ଟିମକୁ ଭବ୍ୟ ସମ୍ବଦ୍ଧ୍ୱର୍ନା ଦେବା ପାଇଁ ଓଡ଼ିଶା ସରକାର ଯୋଜନା କରିଥିବା ଜାଣିବାକୁ ମିଳିଛି । ହକି ଟିମ ଭାରତ ଫେରିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଟିମକୁ ଭବ୍ୟ ସ୍ୱାଗତ କରାଯିବା ସହ ସମ୍ବଦ୍ଧ୍ୱିର୍ତ କରାଯିବ । ଏପରିକି ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ । କରୋନା କଟକଣା ନଥିଲେ କଳିଙ୍ଗ ଷ୍ଟାଡ଼ିୟମରେ ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ ହକି ଟିମକୁ ରାଜ୍ୟ ସରକାର ସ୍ୱାଗତ କରିଥା’ନ୍ତେ । ତଥାପିବି ହକି ଟିମକୁ କିଭଳି ଭବ୍ୟ ସମ୍ବଦ୍ଧ୍ୱର୍ନା ଦିଆଯାଇପାରିବ ସେନେଇ ଆଲୋଚନା ହେଉଛି । ଜାତୀୟସ୍ତରରେ ଓଡ଼ିଶା ସରକାରଙ୍କ ପ୍ରାୟୋଜକ ନିଷ୍ପତି କିଭଳି ଫୋକସରେ ରହିପାରିବ ସେନେଇ ମଧ୍ୟ ଯୋଜନା କରାଯାଇଛି । ଖୁବଶୀଘ୍ର ଏସଂକ୍ରାନ୍ତରେ ରାଜ୍ୟ ସରକାର ଘୋଷଣା କରିବେ ।
ହକି ଟିମ ସ୍ୱଦେଶ ବାହୁଡ଼ିବା ପରେ ଦିଲ୍ଲୀ ବିମାନ ବନ୍ଦରରେ ରାଜ୍ୟ ସରକାରଙ୍କ ପ୍ରତିନିଧିମଣ୍ଡଳୀ ମଧ୍ୟ ସ୍ୱାଗତ କରିବେ ବୋଲି ଜାଣିବାକୁ ମିଳିଛି ।
Powered by Froala Editor