ଖୁସିଖବର, ଫ୍ରିଷ୍ଟାଇଲ ରେସଲିଂରେ ରବି ଦାହିଆ ଫାଇନାଲକୁ ଉତୀର୍ଣ୍ଣ

ଭୁବନେଶ୍ୱର : ଭାରତୀୟଙ୍କ ପାଇଁ ଖୁସିଖବର । ଟୋକିଓ ଅଲମ୍ପିକ୍ସରେ ଭାରତକୁ ଆଉ ଏକ ପଦକ ମିଳିବା ନିଶ୍ଚିତ ହୋଇଯାଇଛି । ୫୭ କେଜି ଫ୍ରିଷ୍ଟାଇଲ ରେସଲିଂରେ ରବି ଦାହିଆ ଫାଇନାଲକୁ ଉତୀର୍ଣ୍ଣ ହୋଇଛନ୍ତି । ଫଳରେ ସେ ଭାରତ ପାଇଁ ଅତିକମରେ ଗୋଟିଏ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି । ଅପରପକ୍ଷରେ ଅପରାହ୍ନରେ ମହିଳା ହକି ଟିମ ସେମିଫାଇନାଲ ମ୍ୟାଚ ଖେଳିବ । ଏହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।
ରବି କୁମାର ଦାହିଆ ଆଜି ଦିନ ତମାମ ଚମକôାର ଖେଳ ପ୍ରଦର୍ଶନ କରିଥିଲେ । ଦୁଇ ଦୁଇ ଥର ବିଶ୍ୱ ମେଡ଼ାଲିଷ୍ଟ କାଜାଖସ୍ତାନର ନୁରିସ୍ଲାମ ସାନାୟେଭଙ୍କୁ ସେ ପରାସ୍ତ କରିଥିଲେ । ସେ ପ୍ରଥମାର୍ଦ୍ଧରେ ୨-୧ରେ ଅଗ୍ରଣୀ ହାସଲ କରିଥିଲେବି ଦ୍ୱିତୀୟାର୍ଦ୍ଧରେ ୨-୯ରେ ପଛୁଆ ରହି ଯାଇଥିଲେ ।ରବି ଦାହିଆ ଫାଇନାଲକୁ ଯିବା ପରେ ଏବେ ବହୁ କ୍ରୀଡ଼ାବିତ ଓ ରାଜନେତାମାନେ ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ ମିଡ଼ିଆରେ ଏବେ ତାଙ୍କୁ ପ୍ରଶଂସାର ସୁଅ ଛୁଟିଛି ।
Powered by Froala Editor