ଟୋକିଓରେ ଲଭଲିନାଙ୍କୁ ବ୍ରୋଞ୍ଜ
ଟୋକିଓ : ସେମିଫାଇନାଲରେ ହାରିଥିଲେ ବି ମହିଳା ବକ୍ସର ଲଭଲିନାଙ୍କୁ ବ୍ରୋଞ୍ଜ ପଦକ ମିଳିଛି । ସେମି ଫାଇନାଲରେ ସେ ତୁର୍କୀ ବକ୍ସରଙ୍କ ଠାରୁ ହାରିଯାଇଛନ୍ତି । ଲଭଲିନା ପୂର୍ବରୁ ପଦକ ନିଶ୍ଚିତ କରିଥିବାବେଳେ ଆଜି ଆନୁଷ୍ଠାନିକ ଭାବେ ଭାରତ ଅଲମ୍ପିକ୍ସରେ ଆଉ ଏକ ବ୍ରୋଞ୍ଜ ହାସଲ କରିଛି । ଫଳରେ ଭାରତର ପଦକ ସଂଖ୍ୟା ୩ରେ ପହଁଚିଛି । ଏଯାବତ ଭାରତ ଗୋଟିଏ ରୌପ୍ୟ ଓ ଦୁଇଟି ବ୍ରୋଞ୍ଜ ପଦକ ହାସଲ କରିଛି । ମୀରାବାଇ ଚାନୁଙ୍କୁ ରୌପ୍ୟ ମିଳିଥିବାବେଳେ ପିଭି ସିନ୍ଧୁ ଓ ଲଭଲିନା ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଫଳରେ ଝିଅମାନେ ହିଁ ଭାରତକୁ ଟୋକିଓ ଅଲମ୍ପିକ୍ସରେ ମେଡ଼ାଲ ଦେଇପାରିଛନ୍ତି ।
ଟୋକିଓ ଅଲମ୍ପିକ୍ସରେ ଲଭଲିନା ଚମକôାର ପ୍ରଦର୍ଶନ କରିଥିଲେ । ୬୯ କେଜି ବର୍ଗରେ ସେ ଦମଦାର ପ୍ରଦର୍ଶନ କରି ଭାରତ ପାଇଁ ଗୌରବ ଆଣିଦେଇଥିଲେ । ତେବେ ଆଜିର ଦିନଟି ଲଭଲିନାଙ୍କ ପାଇଁ ଭଲ ନଥିଲା । ସେ ଲଢ଼ୁଆ ପ୍ରଦର୍ଶନ କରି ଫାଇନାଲ ଯିବାରୁ ବଂଚିତ ହୋଇଥିଲେ । ତୁର୍କୀର ବୁସେନାଜ ସୁରମେନେଲି ଭଲ ଖେଳିଥିଲେ । ତେବେ ଲଭଲିନା ନିଜର ପ୍ରଥମ ଅଲମ୍ପିକ ପଦାର୍ପଣରେ ବଡ଼ ସଫଳତା ହାସଲ କରିଛନ୍ତି । ୯ ବର୍ଷ ପରେ ସେ ଭାରତ ପାଇଁ ବକ୍ସିଂରେ ପଦକ ଆଣିଛନ୍ତି । ପୂର୍ବରୁ ମେରି କମ ଏହି ସଫଳତା ହାସଲ କରିଥିଲେ ।
Powered by Froala Editor