ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ଘଟଣା: ତାମିଲନାଡୁ ପୋଲିସର ଓଡ଼ିଶାରେ ଛାନ୍ଭିନ୍
ଭୁବନେଶ୍ୱର: ଟ୍ରେନ୍ରୁ ସୁଟକେସ୍ ଭିତରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ଘଟଣାରେ ତାମିଲନାଡୁ ପୋଲିସ ଏବେ ଓଡ଼ିଶାରେ ତନାଘନା ଆରମ୍ଭ କରିଛି। ହତ୍ୟାକାଣ୍ଡରେ ଜଣେ ଓଡ଼ିଆ ଦମ୍ପତିଙ୍କ ସମ୍ପୃକ୍ତି ଥିବା ସନ୍ଦହ କରି ପୋଲିସ ସେମାନଙ୍କୁ ଖୋଜୁଛି। ଏଥିପାଇଁ ତାମିଲନାଡୁ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଓଡ଼ିଶାରେ ପହଞ୍ଚି ବିଭିନ୍ନ ସ୍ଥାନରେ ଛାନ୍ଭିନ୍ ଚଳାଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଗତ ୬ ତାରିଖରେ ତାମିଲନାଡୁ ଏକ୍ସପ୍ରେସ୍ରେ ଏକ ସୁଟକେସ୍ ଭିତରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିଥିଲା। ଟ୍ରେନ୍ ଆଗ୍ରା ରେଲୱେ ଷ୍ଟେସନରେ ପହଞ୍ଚିବା ପରେ ସୁଟକେସ୍ ଭିତରୁ ମୃତଦେହ ଉଦ୍ଧାର ହୋଇଥିଲା।
ତଦନ୍ତ ବେଳେ ଷ୍ଟେସନର ସିସିଟିଭି ଫୁଟେଜ୍ ପୋଲିସ ହାତରେ ଲାଗିଥିଲା। ଏଥିରେ ଜଣେ ପୁରୁଷ ଓ ଜଣେ ମହିଳା ସୁଟକେସ୍ ନେଇ ଯାଉଥିବା ଦେଖାଯାଇଥିବା ସୂଚନା ମିଳିଛି। ଏହାକୁ ଆଧାର କରି ପୋଲିସ ସେମାନଙ୍କ ପରିଚୟ ଓ ଗତିବିଧି ସମ୍ପର୍କରେ ତଦନ୍ତ ଚଳାଇଥିଲା। ହତ୍ୟାକାଣ୍ଡ ପରେ ସନ୍ଦିଗ୍ଧ ଦମ୍ପତି ଓଡ଼ିଶା ଫେରି ଆସିଥିବା ପୋଲିସ ସନ୍ଦେହ କରୁଛି।
Powered by Froala Editor