ନିଅଣ୍ଟିଆ ବର୍ଷା ସମ୍ଭାବନା, ରାଜ୍ୟରେ ବଡ ଧରଣର ମରୁଡି ଆଶଙ୍କା

ଭୁବନେଶ୍ୱର: ଅଗଷ୍ଟ ମାସରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ସମ୍ଭାବନା ରହିଛି । ମାସର ପ୍ରଥମ ୧୫ଦିନ ରାଜ୍ୟରେ କେବଳ ୨, ୩ଟି ଜିଲ୍ଲାକୁ ଛାଡିଦେଲେ ଅନ୍ୟ ଜିଲ୍ଲା ଗୁଡିକରେ ବର୍ଷା ହେବନାହିଁ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଯଦି ଏମିତି ହୁଏ ତେବେ ରାଜ୍ୟରେ ବଡ ଧରଣର ମରୁଡି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଥିବା ପାଣିପାଗ ବିଶେଷଜ୍ଞ ମାନେ ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି।
ବିଶେଷ କରି କୋରାପୁଟ, ମୟୂରଭଞ୍ଜ ଦେବଗଡରେ ସ୍ୱଭାବିକ ବୃଷ୍ଟିପାତ ହେବ। ବାଲେଶ୍ୱର, କେନ୍ଦ୍ରପଡାରେ କେତେକ ସ୍ଥାନରେ ବର୍ଷା ହେବାକୁ ଥିବା ବେଳେ ରାଜ୍ୟର ଅନ୍ୟ ସ୍ଥାନରେ ବର୍ଷା ଉଭାନ ହୋଇଯିବ ବୋଲି ପାଣିପାଗ ବିଶେଷଜ୍ଞ ମତ ଦେଇଛନ୍ତି । ତେବେ ଏଭଳି ପରିସ୍ଥିତି ସୃଷ୍ଟି ହେଲେ ଏହା ଦ୍ୱାରା କୃଷି କ୍ଷେତ୍ର ବ୍ୟାପକ ପ୍ରଭାବିତ ହେବ ବୋଲି ଜଣାପଡିଛି ।
Powered by Froala Editor