ପତାକା ଉତ୍ତୋଳନ ବେଳେ ୧୧କେଭି ବିଦ୍ୟୁତ ତାର ଲାଗି ଶିକ୍ଷକ ମୃତ
ସିମୁଳିଆ : ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରେ ପ୍ରତିଷ୍ଠିତ ରୟାଲ ହାଇସ୍କୁଲ ଓ ରୟାଲ ପବ୍ଲିକ ସ୍କୁଲ ନାମକ ଏକ ଘରୋଇ ଶିକ୍ଷା ଅନୁଷ୍ଠାନରେ ଶନିବାର ସକାଳ ୭.୩୦ଟାରେ କ୍ରୀଡା ଶିକ୍ଷକଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଥିବା ବେଳେ ଦୁଇ ଛାତ୍ର ଆହତ ହୋଇ ସିମୁଳିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ସୂଚନାରୁ ପ୍ରକାଶ ସିମୁଳିଆ ବ୍ଲକ ମଇତାପୁରଠାରେ ଥିବା ରୟାଲ ପବ୍ଲିକ ସ୍କୁଲରେ ଆଜି ୮୦ତମ ସ୍ବାଧୀନତା ଦିବସ ପାଳନ ନିମନ୍ତେ ପତାକା ଉତ୍ତୋଳନ ପାଇଁ ଶିକ୍ଷକ ପ୍ରିୟବ୍ରତ ବେହେରା (୨୪) ପତାକା ଷ୍ଟାଣ୍ଡରେ ଲୁହା ପାଇପ୍ ପୋତିବା ପାଇଁ ଆଣୁଥିବା ବେଳେ ଉପରେ ଯାଇଥିବା ୧୧କେଭି ବିଦ୍ୟୁତ ତାରରେ ଲାଗିଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ମେଡିକାଲକୁ ନିଆଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor