ଟୋକିଓ ଅଲମ୍ପିକ୍ସରେ ରବି ଓ ଦୀପକଙ୍କ ଚମକôାର
ଟୋକିଓ : ଟୋକିଓ ଅଲମ୍ପିକ୍ସରେ ଆଜିର ଦିନଟି ଭାରତୀୟଙ୍କ ପାଇଁ ଭଲ ରହିଛି । ୫୭ କେଜି ଫ୍ରିଷ୍ଟାଇଲ ରେସିଲିଂରେ ଭାରତର ରବି ଦାହିଆ ୧୪-୪ରେ ବୁଲଗାରିଆର ଜର୍ଜି ଭାଙ୍ଗେଲୋଭଙ୍କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଅପରପକ୍ଷରେ ଦୀପକ ପୁନିଆ ବି ଚମକôାର ପ୍ରଦର୍ଶନ ଜାରି ରଖିଛନ୍ତି । ଚାଇନାର ଜୁସେନ ଲିନଙ୍କୁ ୬-୩ରେ ହରାଇ ସେ ୮୬ କେଜି ରେସଲିଂ ବର୍ଗରେ ସେମିଫାଇନାଲକୁ ଯାଇଛନ୍ତି ।
ଅପରପକ୍ଷରେ ମହିଳା ରେସଲିଂରେ ଅଂଶୁ ମଲିକ ପରାସ୍ତ ହୋଇଛନ୍ତି । ପୂର୍ବରୁ ଭାରତର ନୀରତ ଚୋପ୍ରା ଜାଭେଲିନ ଥ୍ରୋରେ ଫାଇନାଲକୁ ପ୍ରବେଶ କରିଛନ୍ତି । ସେ ୮୬.୬୫ ମିଟର ଜାଭେଲିନ ଥ୍ରୋ କରି ଗ୍ରୁପ-ଏରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।
ସୂଚନାଯୋଗ୍ୟଯେ, ଅଲମ୍ପିକ୍ସରେ ଚାଇନାର ତାହାର ଦବଦବା ଜାହିର କରିଥିବାବେଳେ ଏହା ପଛକୁ ରହିଛନ୍ତି ଆମେରିକା ଓ ଜାପାନ । ଅପରପକ୍ଷରେ ଏଯାବତ ଭାରତକୁ ମାତ୍ର ୨ଟି ପଦକ ମିଳିଛି । ତେବେ ଲଭଲିନା ଏକ ପଦକ ପାଇବା ନିଶ୍ଚିତ କରିଛନ୍ତି । ଭାରତୀୟ ପୁରୁଷ ହକି ପାଇଁ ବ୍ରୋଞ୍ଜ ସୁଯୋଗ ଥିବାବେଳେ ଆଜି ମହିଳା ହକି ଟିମ ସେମିଫାଇନାଲ ମ୍ୟାଚ ଖେଳିବ ।
Powered by Froala Editor