ସ୍ୱାମୀଙ୍କୁ ଛାଡି ପ୍ରେମିକକୁ ବାହାହେଲେ, କିନ୍ତୁ ତଣ୍ଟିଚିପି ମାରିଦେଲା ପ୍ରେମିକ
ବିହାରର ନୱାଦା ଜିଲ୍ଲାର ୨୦ ବର୍ଷୀୟା ଛୋଟି ଉପାଧ୍ୟାୟ ନାମକ ଯୁବତୀ ସ୍ୱାମୀଙ୍କୁ ଛାଡ଼ି ପ୍ରେମିକ ସହ ଘର ଛାଡ଼ିଥିଲେ। ପ୍ରେମିକ ରିଷଭ କୁମାର ସିଂହଙ୍କ ସହ ସିଲଭାସା ଯାଇଥିଲେ। ସେଠାରେ ଦୁହେଁ ବିବାହ ମଧ୍ୟ କରିଥିଲେ। ତେବେ ପରିବାର ବିରୋଧ କରିବା ସହ ଛୋଟିଙ୍କୁ ଗ୍ରହଣ କରିନଥିଲେ।
ବିବାହ ପରେ ଛୋଟି ବାରମ୍ବାର ଗାଁକୁ ଫେରିବା ପାଇଁ ରିଷଭଙ୍କୁ କହୁଥିଲେ। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ପ୍ରାୟତଃ ଝଗଡ଼ା ହେଉଥିଲା। ଜୁନ୍ ୯ ତାରିଖ ସକାଳେ ଦୁହିଁଙ୍କ ମଧ୍ୟରେ ତୀବ୍ର ଝଗଡ଼ା ହୋଇଥିଲା। ସେହିଦିନ ସନ୍ଧ୍ୟାରେ ରାଗରେ ରିଷଭ ଛୋଟିଙ୍କୁ ଗଳା ଚିପି ହତ୍ୟା କରିଛି। ଘଟଣାର ପ୍ରାୟ ଦୁଇ ମାସ ପରେ, ଅଗଷ୍ଟ ୩ ତାରିଖରେ ହତ୍ୟାକାଣ୍ଡ ସାମ୍ନାକୁ ଆସିଥିଲା। ବାଥରୁମ୍ରେ ରଖାଯାଇଥିବା ସୁଟକେସ୍ରୁ ଦୁର୍ଗନ୍ଧ ବାହାରିବା ପରେ ସନ୍ଦେହ ହୋଇଥିଲା। ଯାଞ୍ଚ ବେଳେ ସୁଟକେସ୍ ଭିତରୁ ଛୋଟିଙ୍କ ମୃତଦେହ ମିଳିଥିଲା। ପୋଲିସ ବାରାଣସୀର ଏକ ଘରୋଇ କମ୍ପାନୀରେ ଚଢ଼ାଉ କରି ରିଷଭଙ୍କୁ ଗିରଫ କରିଛି।
Powered by Froala Editor