Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, July 18, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଖୁବଶୀଘ୍ର ହେବ ପ୍ରତିରକ୍ଷା ଚୁକ୍ତି: ...

  • ଯୌତୁକ ପାଇଁ ବିଷ ପିଇ ଜୀବନ ହାରିଲେ ମହିଳା

  • ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟ ବାଘେଲ ଗିରଫ

  • ବେଙ୍ଗାଲୁରୁ ଷ୍ଟାଡିୟମ ଦଳାଚକଟା ଘଟଣା, ...

  • ଅଷ୍ଟମ ଥର ପାଇଁ ସ୍ବଚ୍ଛ ସହର ତାଲିକାରେ ...

  • ମୁମ୍ବାଇରେ ଜରୁରୀକାଳୀନ ଅବତରଣ କଲା ...

  • ବିହାର ଗୁଣ୍ଡାରାଜ୍‌: ହସ୍ପିଟାଲ୍‌ରେ ପଶି ...

  • ରାତିରେ କଦଳୀ ଖାଇଲେ କ’ଣ ହୁଏ ଜାଣନ୍ତୁ....

  • ଏହି ପରିବାକୁ ତେଲରେ ଭାଜି ଖାଇଲେ ସୃଷ୍ଟି ...

  • ସିରିୟାର ପ୍ରତିରକ୍ଷା ମୁଖ୍ୟାଳୟ ଉପରେ ...

ରାଜନୀତି
Home ›› ରାଜନୀତି ››ପିପିଲି ଉପନିର୍ବାଚନ ଅବସରରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ୫ଟି ପ୍ରଶ୍ନ

ପିପିଲି ଉପନିର୍ବାଚନ ଅବସରରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ୫ଟି ପ୍ରଶ୍ନ

2021-04-13 10:18:04
14246
Share:
Facebook
Twitter
E-Mail
WhatsApp
Telegram
ପିପିଲି ଉପନିର୍ବାଚନ ଅବସରରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ୫ଟି ପ୍ରଶ୍ନ
ଭୁବନେଶ୍ୱର : ପିପିଲି ଉପନିର୍ବାଚନ ଅବସରରେ ଗତ କାଲି ମୁଖ୍ୟମନ୍ତ୍ରୀ ନିଜ ଦଳ ପାଇଁ ଭର୍ଚୁଆଲ ରାଲି ମାଧ୍ୟମରେ ପ୍ରଚାର କଲେ । ରାଜ୍ୟରେ ବିକାଶର ଗୋଲାପି ଚିତ୍ର ଆଙ୍କିଲେ । ମାତ୍ର ତୃଣମୁଳ ସ୍ତରରେ ବାସ୍ତବ ସ୍ଥିତି ସଂପର୍କରେ କାହିଁକି ମୁହଁରେ ତୁଣ୍ଡି ଦେଇ ରହିଲେ, ଯାହାକି ପିପିଲି-ଡେଲାଙ୍ଗ ଜନସାଧାରଣଙ୍କୁ ବହୁତ ବ୍ୟଥିତ କରିଛି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି । ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ପିପିଲି-ଡେଲାଙ୍ଗବାସୀଙ୍କ ତରଫରୁ ୫ଟି ପ୍ରଶ୍ୱ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି କି; ଅତୀତରେ ରାଜ୍ୟରେ ଯେଉଁଠି ଉପନିର୍ବାଚନ ହୁଏ, ସେ ଅଂଚଳର ବିକାଶର ଦାୟୀତ୍ୱ ମୁଖ୍ୟମନ୍ତ୍ରୀ ନିଜେ ନିଅନ୍ତି ବୋଲି ପ୍ରଚାର କରିଥାନ୍ତି । ଗତ କାଲି ମଧ୍ୟ ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲ ରାଲି ମାଧ୍ୟମରେ ପିପିଲି ଅଂଚଳର ବିକାଶର ଦାୟୀତ୍ୱ ନେବେ ବୋଲି ଚିରାଚରିତ ଭାବେ ପୂର୍ବ ଭଳି ପୁଣି ଥରେ କହିଛନ୍ତି । ଯଦି ପିପିଲି ବିକାଶର ଦାୟୀତ୍ୱ ମୁଖ୍ୟମନ୍ତ୍ରୀ ନେବେ ବୋଲି ଆଜି ମୁଖ୍ୟମନ୍ତ୍ରୀ କହୁଛନ୍ତି, ତାହେଲେ ଆଜି ପର୍ଯ୍ୟନ୍ତ ଏହି ଦାୟୀତ୍ୱ କିଏ ନେଇଥିଲା ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ପିପିଲି ଚାନ୍ଦୁଆ କଥା ମନେ ପକାଇଲେ । ପିପିଲି ଶାନ୍ତ ରହିଲେ ଯାଇ ଚାନ୍ଦୁଆ ବିକ୍ରି ହୋଇପାରିବ । ପିପିଲିକୁ ହିଂସ୍ର କିଏ କରୁଛି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ମହିଳାଙ୍କ କଥା କହିଛନ୍ତି । ପିପିଲିର ଦଳିତ ଝିଅ ବେବିନାକୁ ନ୍ୟାୟ ମିଳିଛି କି ? ଇତିଶ୍ରୀକୁ କି ନ୍ୟାୟ ମିଳିଲା ? ପିପିଲିର ଏହି ଦୁଇ ଝିଅଙ୍କ ନାଁ କଣ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ନାହିଁ କି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ମୋଦି ସରକାର ଫନୀ ବାତ୍ୟା ବିପନ୍ନଙ୍କ ପାଇଁ ଘର ପଠାଇଲେ । ଏବେ ପିପିଲି-ଡେଲାଙ୍ଗର ହଜାର ହଜାର ପରିବାର ପଲିଥିନ ଟାଣି ଖୋଲା ଆକାଶ ତଳେ କାହିଁକି ରହିଛନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ହିଷ୍ଟ୍ରିସିଟର ବଡ ଅପରାଧୀ ଧୀରେନ ସାମନ୍ତରାୟଙ୍କୁ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ସାକ୍ଷାତ କଲେ । ଏପରିକି ପିପିଲି ଉପନିର୍ବାଚନ ଦାୟୀତ୍ୱ ଦେଇ ଖୋଦ୍ ମୁଖ୍ୟମନ୍ତ୍ରୀ ହିଂସାକୁ ପ୍ରୋତ୍ସାହନ ଦେଉନାହାନ୍ତି କି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ନବୀନ ବାବୁଙ୍କ ପିପିଲିର ନିର୍ବାଚନ ପ୍ରଚାର ବୃଦ୍ଧ ବ୍ୟାଘ୍ରର ସ୍ୱର୍ଣ୍ଣ କଙ୍କଣ ଦାନ ପରି ଉପାଖ୍ୟାନ । ମିଥ୍ୟା ପ୍ରବଂଛନା ଓ ପ୍ରତାରଣାକୁ ପିପିଲି-ଡେଲାଙ୍ଗବାସୀ ଭଲ ଭାବେ ବୁଝି ସାରିଛନ୍ତି ଓ ଆଗାମୀ ନିର୍ବାଚନରେ ଏହାର ସଠିକ ଉତର ଦେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ରବି ନାଏକ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
Tags bjp odisha , sameer mohanty

Related articles Odisha News Lens 4.1

  • ଖୁବଶୀଘ୍ର ହେବ ପ୍ରତିରକ୍ଷା ଚୁକ୍ତି: ଷ୍ଟିଲ୍‌ଥ ଯୁଦ୍ଧ ବିମାନର ଇଞ୍ଜିନ ତିଆରି ହେବ ...
    ଦେଶ-ଦେଶାନ୍ତର

    ଖୁବଶୀଘ୍ର ହେବ ପ୍ରତିରକ୍ଷା ଚୁକ୍ତି: ଷ୍ଟିଲ୍‌ଥ ଯୁଦ୍ଧ ବିମାନର ଇଞ୍ଜିନ ତିଆରି ହେବ ...

    14964
    Jul 18, 2025
  • ସିରିୟାର ପ୍ରତିରକ୍ଷା ମୁଖ୍ୟାଳୟ ଉପରେ ଇସ୍ରାଏଲର ବୋମାମାଡ
    ଦେଶ-ଦେଶାନ୍ତର

    ସିରିୟାର ପ୍ରତିରକ୍ଷା ମୁଖ୍ୟାଳୟ ଉପରେ ଇସ୍ରାଏଲର ବୋମାମାଡ

    15538
    Jul 17, 2025
  • ମୁମ୍ବାଇରେ ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ
    ଦେଶ-ଦେଶାନ୍ତର

    ମୁମ୍ବାଇରେ ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ

    14244
    Jul 17, 2025
  • ଯୌତୁକ ପାଇଁ ବିଷ ପିଇ ଜୀବନ ହାରିଲେ ମହିଳା
    ଦେଶ-ଦେଶାନ୍ତର

    ଯୌତୁକ ପାଇଁ ବିଷ ପିଇ ଜୀବନ ହାରିଲେ ମହିଳା

    14809
    Jul 18, 2025
  • ବେଙ୍ଗାଲୁରୁ ଷ୍ଟାଡିୟମ ଦଳାଚକଟା ଘଟଣା, ବିରାଟଙ୍କୁ ଦାୟୀ
    ଦେଶ-ଦେଶାନ୍ତର

    ବେଙ୍ଗାଲୁରୁ ଷ୍ଟାଡିୟମ ଦଳାଚକଟା ଘଟଣା, ବିରାଟଙ୍କୁ ଦାୟୀ

    15538
    Jul 17, 2025
  • ଅଷ୍ଟମ ଥର ପାଇଁ ସ୍ବଚ୍ଛ ସହର ତାଲିକାରେ ଇନ୍ଦୋର
    ଦେଶ-ଦେଶାନ୍ତର

    ଅଷ୍ଟମ ଥର ପାଇଁ ସ୍ବଚ୍ଛ ସହର ତାଲିକାରେ ଇନ୍ଦୋର

    14104
    Jul 17, 2025
  • ବିହାର ଗୁଣ୍ଡାରାଜ୍‌: ହସ୍ପିଟାଲ୍‌ରେ ପଶି କଏଦୀଙ୍କୁ ଗୁଳି
    ଦେଶ-ଦେଶାନ୍ତର

    ବିହାର ଗୁଣ୍ଡାରାଜ୍‌: ହସ୍ପିଟାଲ୍‌ରେ ପଶି କଏଦୀଙ୍କୁ ଗୁଳି

    15327
    Jul 17, 2025
  • ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟ ବାଘେଲ ଗିରଫ
    ଦେଶ-ଦେଶାନ୍ତର

    ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟ ବାଘେଲ ଗିରଫ

    14582
    Jul 18, 2025
  • ରାତିରେ କଦଳୀ ଖାଇଲେ କ’ଣ ହୁଏ ଜାଣନ୍ତୁ....
    ବିଶେଷ

    ରାତିରେ କଦଳୀ ଖାଇଲେ କ’ଣ ହୁଏ ଜାଣନ୍ତୁ....

    15548
    Jul 17, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ମୁମ୍ବାଇରେ ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ

    14244
    Jul 17, 2025
  • ଦେଶ-ଦେଶାନ୍ତର

    ଯୌତୁକ ପାଇଁ ବିଷ ପିଇ ଜୀବନ ହାରିଲେ ମହିଳା

    14809
    Jul 18, 2025
  • ବିଶେଷ

    ରାତିରେ କଦଳୀ ଖାଇଲେ କ’ଣ ହୁଏ ଜାଣନ୍ତୁ....

    15548
    Jul 17, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16627
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16741
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17056
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15544
    Apr 03, 2021

ବିଶେଷ

  • ରାତିରେ କଦଳୀ ଖାଇଲେ କ’ଣ ହୁଏ ଜାଣନ୍ତୁ....

    15548
    Jul 17, 2025
  • ଏହି ପରିବାକୁ ତେଲରେ ଭାଜି ଖାଇଲେ ସୃଷ୍ଟି ହୋଇଥାଏ ରୋଗ

    14669
    Jul 17, 2025
  • ଫ୍ୟାଟି ଲିଭର ସମସ୍ୟାରୁ ରକ୍ଷା ପାଇବା ପାଇଁ ମୁଗ ଡ଼ାଲିର ପାଣି

    15208
    Jul 16, 2025
  • କୀଟପତଙ୍ଗଠାରୁ ସୁରକ୍ଷା ପାଇଁ ଘରୋଇ ସ୍ପ୍ରେ

    13988
    Jul 16, 2025
  • ଗୁଡ଼ ସେବନ କରିବା ସ୍ବାସ୍ଥ୍ୟ ପାଇଁ ନିହାତି ଜରୁରୀ

    14756
    Jul 15, 2025

ବାଣିଜ୍ୟ

ଆଦିତ୍ୟ ଆଲୁମିନିୟମ ର ପ୍ରତିଭା ସମ୍ମାନ ରେ ସମ୍ମାନିତ ହେଲେ ରେଙ୍ଗାଲି ବ୍ଲକ ର ୨୩ ଜଣ ଛାତ୍ର ଛାତ୍ରୀ

ଭୁବନେଶ୍ୱର:- ଆଦିତ୍ୟ ଆଲୁମିନିୟମ ପାରିପାର୍ଶ୍ବିକ ଉନ୍ନୟନ କାର୍ଯ୍ୟକ୍ରମରେ  ମାଟ୍ରିକ ରେ ୭୦% ରୁ ଅଧିକ ମାର୍କ ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସାମୁହିକ ପ୍ରତିଭା ସମ୍ମାନ କାର୍ ...

  • ଆଶୀର୍ବାଦ ଲୁଣ ‘ଆୟୋଡିନ ର ତିଳକ’ରଥ ଯାତ୍ରା ଅଭିଯାନ ଭ୍ରାମ୍ୟମାଣ ଆକାରରେ ପହଞ୍ଚୁଛି

    15882
    Jul 04, 2025
  • ପୁରୀ ରଥ ଯାତ୍ରାରେ ଆଶୀର୍ବାଦ ଭକ୍ତଗଣଙ୍କୁ ‘ଭକ୍ତି ପଥେ’ ଆଗେଇ ନେଉଛି

    16418
    Jul 01, 2025
  • ରଥଯାତ୍ରା ୨୦୨୫ରେ ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଭକ୍ତମାନଙ୍କ ପାଇଁ ଆଣିଛି ଶୀତଳ ‘ସୂର୍ଯ୍ୟ ବରଦାନ’

    14065
    Jun 28, 2025
  • ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ କରୁଛି ହେନା କ୍ରିମ ହେୟାର କଲର୍‌

    15585
    Jun 25, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟ ବାଘେଲ ଗିରଫ

    14582
    Jul 18, 2025
  • ରାତିରେ କଦଳୀ ଖାଇଲେ କ’ଣ ହୁଏ ଜାଣନ୍ତୁ....

    15548
    Jul 17, 2025
  • ଯୌତୁକ ପାଇଁ ବିଷ ପିଇ ଜୀବନ ହାରିଲେ ମହିଳା

    14809
    Jul 18, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In