ରେଭେନ୍ସା ବିଶ୍ବବିଦ୍ୟାଳୟର ଶିକ୍ଷକ ଓ କଟକ ସଦର ବିଧାୟକଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଏହା କହିଲେ କୁଳପତି
କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ଶିକ୍ଷକ ଏବଂ କଟକ ସଦର ବିଧାୟକଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ମୁହଁ ଖୋଲିଛନ୍ତି କୁଳପତି ପ୍ରଫେସର ଅର୍କ କୁମାର ଦାସ ମହାପାତ୍ର। ଉଭୟ ପକ୍ଷ ବିବାଦର ସମାଧାନ ପାଇଁ ରାଜି ଥିବା ସେ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ବିଶ୍ବବିଦ୍ୟାଳୟରେ ପୂର୍ବଭଳି ଶୈକ୍ଷିକ ବାତାବରଣ ରହିଛି। ଶିକ୍ଷକମାନେ କ୍ଲାସ ନେଉଛନ୍ତି। ହଷ୍ଟେଲ ପରିଚାଳନାରେ ବି କୌଣସି ସମସ୍ୟା ନାହିଁ। ପୂର୍ବରୁ ଏକ ବୈଠକ ପାଇଁ ଆଲୋଚନା ହୋଇଥିଲେ ମଧ୍ୟ କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ସହ ଯୋଗାଯୋଗ ହୋଇପାରି ନଥିଲା। ଖୁବଶୀଘ୍ର ଏହି ବିବାଦ ସମାଧାନ କରିବାକୁ ପ୍ରଚେଷ୍ଟା ଜାରି ରହିଛି। ଏପରିକି କୁଳାଧିପତିଙ୍କ କାର୍ଯ୍ୟାଳୟ ଏବଂ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ବିବାଦକୁ ନେଇ ତାଙ୍କ ସହ ଆଲୋଚନା ହୋଇଥିବା କୁଳପତି ପ୍ରଫେସର ଦାସ ମହାପାତ୍ର କହିଛନ୍ତି।
Powered by Froala Editor