ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ
ଭୂତାଣୁ ଜନିତ ସଂକ୍ରମଣ ଯୋଗୁଁ ସୋମବାର ମୁମ୍ବାଇର ଏକ ପ୍ରମୁଖ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସମାଜସେବୀ ଆନ୍ନା ହଜାରେ। ତାଙ୍କୁ ICUରେ ରଖି ଚିକିତ୍ସା କରାଯାଉଛି । ଗୁରୁତର ଭାଇରାଲ ସଂକ୍ରମଣ ଏବଂ ଡିହାଇଡ୍ରେସନ ପରେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ମୁମ୍ବାଇ ଅଣାଯାଇଥିଲା ଏବଂ ସେ ବର୍ତ୍ତମାନ ଡାକ୍ତରୀ ତତ୍ତ୍ୱାବଧାନରେ ଅଛନ୍ତି।
ସୂଚନା ଅନୁସାରେ, ଗତ କିଛି ଦିନ ହେବ ତାଙ୍କ ଦେହ ଅସୁସ୍ଥ ଥିଲା । ତାଙ୍କ ଠାରେ ପ୍ରବଳ ଜ୍ୱର, ଦୁର୍ବଳତା, କାଶ ଏବଂ ଶରୀରରେ ଡିହାଇଡ୍ରେସନ୍ ଲକ୍ଷଣ ଦେଖା ଦେଇ ଥିଲା । ପରୀକ୍ଷା ପରେ ଡାକ୍ତରମାନେ ପରିସ୍ଥିତିକୁ ଗମ୍ଭୀର ମନେ କରି ତାଙ୍କୁ ତୁରନ୍ତ ICUକୁ ସ୍ଥାନାନ୍ତର କରିଥିଲେ । ଡାକ୍ତରଙ୍କ ପ୍ରାରମ୍ଭିକ ଯାଞ୍ଚ ଅନୁସାରେ , ଭାଇରାଲ୍ ସଂକ୍ରମଣ ସହ ଡିହାଇଡ୍ରେସନ୍ ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଥିଲା। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି।
କହି ରଖୁଛୁ କି, ଆନ୍ନା ହଜାରେ ଗତ କିଛି ଦଶନ୍ଧି ଧରି ଗ୍ରାମୀଣ ବିକାଶ, ଜଳ ସଂରକ୍ଷଣ ଏବଂ ଦୁର୍ନୀତି ବିରୋଧରେ ସକ୍ରିୟ ରହିଛନ୍ତି । ମହାରାଷ୍ଟ୍ରର ଅହଲ୍ୟାନଗର ଜିଲ୍ଲାର ରାଲେଗଣ ସିଦ୍ଧି ଗାଁକୁ ସେ ଏକ ମରୁଡ଼ି ପ୍ରପୀଡ଼ିତ ଓ ପଛୁଆ ଗାଁରୁ ଆଦର୍ଶ ଗାଁରେ ପରିଣତ କରି ଥିଲେ । ଜଳସେଚନ ବିକାଶ, ସାମୂହିକ ଶ୍ରମ ଏବଂ ସାମାଜିକ ଅନୁଶାସନ ଉପରେ ଆଧାରିତ ତାଙ୍କର ଏହି ମଡେଲ୍ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟି ଥିଲା ।
Powered by Froala Editor