ସିଧାସଳଖ ହିତାଧିକାରୀଙ୍କ ପାଖକୁ ଡିବିଟି ମାଧ୍ୟମରେ ପହଞ୍ଚିବ ବନ୍ୟା ସହାୟତା ରାଶି
ଭୁବନେଶ୍ୱର : ବନ୍ୟାରେ ସର୍ବାଧିକ ବାଲେଶ୍ବର, ଯାଜପୁର ଏବଂ ଭଦ୍ରକ ଜିଲା ପ୍ରଭାବିତ ହୋଇଛି। ପ୍ରାଥମିକ ଆକଳନ ରିପୋର୍ଟ ଆଧାରରେ ୨୨ଟି ଜିଲାକୁ ୧୧୦କୋଟି ଟଙ୍କା ମଞ୍ଜୁର କରାଯାଇଛି। ବାଲେଶ୍ବର ଜିଲାକୁ ୨୨.୦୩କୋଟି ଟଙ୍କା ଦିଆଯାଇଥିବା ବେଳେ ଯାଜପୁରକୁ ୨୦.୨୦କୋଟି ଏବଂ ଭଦ୍ରକକୁ ୨୦.୧୨ କୋଟି ଟଙ୍କା ଦିଆଯାଇଛି। ସହାୟତା ରାଶି ସିଧାସଳଖ ହିତାଧିକାରୀଙ୍କ ପାଖକୁ ଡିବିଟି ମାଧ୍ୟମରେ ପହଞ୍ଚାଯିବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ବନ୍ୟା ପ୍ରଭାବିତ ଯାଜପୁର, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଞ୍ଜ ଏବଂ ଜଗତସିଂହପୁର ଜିଲାକୁ ମନ୍ତ୍ରୀମାନେ ଯାଇ ସ୍ଥିତ ଅନୁଧ୍ୟାନ କରିବା ସହିତ କ୍ଷୟକ୍ଷତି ବୁଲି ଦେଖିଛନ୍ତି। ରାଜସ୍ବ ଓ କୃଷି ବିଭାଗ ଅଧିକାରୀମାନେ ଶସ୍ୟ ସହିତ ଅନ୍ୟାନ୍ୟ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବା ଆରମ୍ଭ କରିଛନ୍ତି। ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ଏହି ତିନି ଜିଲାକୁ ସର୍ବାଧିକ ଅର୍ଥ ପ୍ରଦାନ କରାଯାଇଛି। ଏତବ୍ୟତୀତ ଜଗତସିଂହପୁର ଜିଲାକୁ ୮.୧୮କୋଟି ଟଙ୍କା ଦିଆଯାଇଥିବା ବେଳେ କେନ୍ଦୁଝରକୁ ୬.୧୧ କୋଟି, ସମ୍ବଲପୁରକୁ ୫.୫୬ କୋଟି, କେନ୍ଦ୍ରାପଡ଼ାକୁ ୫.୦୪କୋଟି, ମୟୂରଭଞ୍ଜ ଜିଲାକୁ ୫.୦୨କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ସେହିପରି, ଖୋରଧାକୁ ୨.୦୬କୋଟି, ସୁବର୍ଣ୍ଣପୁରକୁ ୨.୩୧କୋଟି, ବୌଦ୍ଧକୁ ୧.୨୯କୋଟି, ବଲାଙ୍ଗିରକୁ ୧.୧୭କୋଟି, ଢେଙ୍କାନାଳକୁ ୧.୧୦କୋଟି, ବରଗଡ଼କୁ ୧.୦୫କୋଟି, କଳାହାଣ୍ଡିକୁ ୧.୦୫କୋଟି, ନୂଆପଡାକୁ ୧.୦୫କୋଟି, କନ୍ଧମାଳକୁ ୧.୦୧କୋଟି, କଟକକୁ ୧.୦୧କୋଟି, କୋରାପୁଟକୁ ୧.୦୧କୋଟି, ମାଲକାନଗିରିକୁ ୧.୦୧କୋଟି, ରାୟଗଡ଼ାକୁ ୧.୦୧କୋଟି ଓ ସୁନ୍ଦରଗଡ଼କୁ ୧.୦୧ କୋଟି ପ୍ରଦାନ କରାଯାଇଛି।
Powered by Froala Editor