ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି, ଦେଶଭକ୍ତି ସଙ୍ଗୀତରେ ଭୁଲ୍
ଭୁବନେଶ୍ବର,: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ବହିରେ ‘ଅ' ବଦଳରେ ‘ଚ’ରୁ ଆରମ୍ଭ ହୋଇଛି ବର୍ଣ୍ଣମାଳା । ସେହିପରି ‘ବନ୍ଦେ ଉତ୍କଳ ଜନନୀ'ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ଗୁରୁତର ତ୍ରୁଟି ଦେଖାଦେଇଛି । ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ପ୍ରଥମ ଅକ୍ଷର 'ଚ' ରହିଛି । ଏହାପରେ ଟ, ମ, ଗ ଏବଂ ର ରହିଛି। ଏହାପରେ ଯାଇ ଆସୁଛି ‘ଅ' ଓ ‘ଆ’ ଏବଂ ତା ପରେ ‘ଝ’ ଓ ‘କ’ ।
ସବୁଠୁ ବଡ଼କଥା ହେଉଛି ଦେଶଭକ୍ତି ସଙ୍ଗୀତରେ ବି ଭୁଲ୍ । ବହି ଆରମ୍ଭରୁ ବା ସୂଚୀପତ୍ର ପୂର୍ବରୁ ‘ବନ୍ଦେ ଉତ୍କଳ ଜନନୀ’ ଓ ‘ଆମ ଜାତୀୟ ସଙ୍ଗୀତ’ ଲେଖା ହୋଇଛି । ବନ୍ଦେ ଉତ୍କଳ ଜନନୀରେ ‘ଘନ ଘନ ବନଭୂମି’କୁ ‘ଘନ ବନଭୂମି’ ଲେଖା ହୋଇଥିବା ବେଳେ ଜାତୀୟ ସଙ୍ଗୀତରେ ଉତ୍କଳ ବନାନ ମଧ୍ୟ ଭୁଲ୍ ରହିଛି । ଯାହାକୁ ନେଇ ଅବିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ପ୍ରଥମ ଶ୍ରେଣୀ ବହି ତ୍ରୁଟି ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟାରେ କହିଛନ୍ତି ଯେ ସରକାର ଚାହୁଁଛନ୍ତି ଭବିଷ୍ୟତ ପିଢ଼ି ମୁର୍ଖ ହୁଅନ୍ତୁ। କେତେ ଭୁଲ କଥା କହି ସେମାନଙ୍କୁ ଭୁଲେଇ ହେବ ସେ କଥା ସରକାର କରୁଛନ୍ତି। କିନ୍ତୁ ସରକାର ସଜାଗ ହେଉନାହାନ୍ତି। ନହେଲେ ବାରମ୍ବାର ଏମିତି ଭୁଲ କରନ୍ତେ ନାହିଁ
Powered by Froala Editor