Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, October 23, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଏହି ରଙ୍ଗର ଜୋତା ପିନ୍ଧିଲେ ସୌଭାଗ୍ୟ ...

  • ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ...

  • ଇସ୍ରାଏଲର ସ୍ୱାଧୀନତା ଦିବସ ସମାରୋହରେ ...

  • ଭାରତ-ଆମେରିକା ନୂଆ ବାଣିଜ୍ୟ ଚୁକ୍ତି ନେଇ ...

  • ଏପରି କଲେ ଛାଡି ପଳେଇବେ ମା' ଲକ୍ଷ୍ମୀ

  • ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏସବିଆଇରୁ ଡାଟା ...

  • ମୁକାମ୍‌ରେ କ୍ଷମା ପ୍ରାର୍ଥନା କରନ୍ତୁ, ...

  • ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ...

  • ସୁଟରଙ୍କ ଟାର୍ଗେଟରେ ଥିଲେ ଅମିତାଭ, ଅକ୍ଷୟ ...

  • ମହଙ୍ଗା ହେବ ତେଲ, ଅଶୋଧିତ ତୈଳ ...

ରାଜ୍ୟ
Home ›› ରାଜ୍ୟ ››ସିଏମ୍‌ଓରୁ ସମ୍ବେଦନଶୀଳ ଫାଇଲ୍ ଗାଏବ ମାମଲା: ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ କିରାଣି ଘରେ କ୍ରାଇମବ୍ରାଞ୍ଚର ଚଢ଼ଉ

ସିଏମ୍‌ଓରୁ ସମ୍ବେଦନଶୀଳ ଫାଇଲ୍ ଗାଏବ ମାମଲା: ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ କିରାଣି ଘରେ କ୍ରାଇମବ୍ରାଞ୍ଚର ଚଢ଼ଉ

2026-08-05 06:56:52
15245
Share:
Facebook
Twitter
E-Mail
WhatsApp
Telegram
ସିଏମ୍‌ଓରୁ ସମ୍ବେଦନଶୀଳ ଫାଇଲ୍ ଗାଏବ ମାମଲା: ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ କିରାଣି ଘରେ କ୍ରାଇମବ୍ରାଞ୍ଚର ଚଢ଼ଉ

ଭୁବନେଶ୍ବର : ରାଜ୍ୟର ସବୁଠାରୁ ସୁରକ୍ଷିତ ତଥା କଡ଼ା ନଜରରେ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ)ରୁ କିପରି ଏବଂ କେଉଁ ପରିସ୍ଥିତିରେ ଅତି ସମ୍ବେଦନଶୀଳ ଫାଇଲ୍ ଗାଏବ ହେଲା, ତାହାକୁ ନେଇ ଏବେ କ୍ରାଇମ୍‌ବ୍ରାଞ୍ଚ ତନାଘନା ଜାରି ରଖିଛି। ଫାଇଲ ପାଇବା ଲାଗି ତଦନ୍ତକାରୀ ଦଳ ସୁରାକ୍‌ ଖୋଜିବା ଆରମ୍ଭ କରିଛି। ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ କିରାଣି ବି.ଏନ୍‌ ମହାରଣାଙ୍କ ଘରେ ଚଢ଼ଉ କରିଛି। କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ଆଶୁତୋଷ ମିଶ୍ରଙ୍କ ନେତୃତ୍ବରେ ସ୍ବତନ୍ତ୍ର ଦଳ ଶ୍ରୀ ମହାରଣାଙ୍କ ଘରେ ପ୍ରାୟ ୫ଘଣ୍ଟା ଧରି ତଲାସି କରିଛନ୍ତି। ତନ୍ନତନ୍ନ କରି ଯାଞ୍ଚ କରିବା ସହ କାଗଜପତ୍ର ଅଣ୍ଡାଳିଥିଲେ। ଶ୍ରୀ ମହରଣାଙ୍କୁ ମଧ୍ୟ ପଚରାଉଚରା କରିଥିଲେ। ଅପରପକ୍ଷେ, ଏହି ମାମଲାରେ କ୍ରାଇମବ୍ରାଞ୍ଚ ୧୦ରୁ ଅଧିକ କର୍ମଚାରୀ, ପୂର୍ବତନ ଅଧିକାରୀଙ୍କର କ୍ରାଇମ୍‌ବ୍ରାଞ୍ଚ ତାଲିକା ପ୍ରସ୍ତୁତ କରିଛି। ୬ ଜଣ କର୍ମଚାରୀଙ୍କୁ ତଦନ୍ତକାରୀ ଦଳ ପଚରାଉଚରା କରିସାରିଛି। ବୈଷୟିକ ପ୍ରକ୍ରିୟାରେ ତଦନ୍ତ କରାଯାଉଛି। କିଛି ବ୍ୟକ୍ତିଙ୍କୁ ନୋଟିସ୍‌ ମଧ୍ୟ କରାଯାଇଛି। ନୋଟିସ ପାଇବା ପରେ ସେ ଯିଏ ହୁଅନ୍ତୁ ନା କାହିଁକିଳ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବା ବାଧ୍ୟତାମୂଳକ। ହାଜର ନହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ‌ବୋଲି କ୍ରାଇମ୍‌ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର କହିଛନ୍ତି।
କନ୍ଧମାଳର ବହୁଚର୍ଚ୍ଚିତ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ଏବଂ ଏହାର ପରବର୍ତ୍ତୀ ତଦନ୍ତ ପାଇଁ ଗଠିତ ‘ନାଇଡୁ କମିସନ’ଙ୍କ ଫାଇଲ୍ ହଜିବା ଘଟଣାରେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିରପେକ୍ଷ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦେଶ ଦେଇଥିଲେ। କ୍ରାଇମ୍‌ବ୍ରାଞ୍ଚ ଏକ ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟାକୁ ଜୋରଦାର୍‌ କରିଛି। କ୍ୟାପିଟାଲ ଥାନାରୁ ମାମଲା ସଂକ୍ରାନ୍ତ ସମସ୍ତ ଦସ୍ତାବିଜ୍‌ ନେବା ପରେ ବର୍ତ୍ତମାନ ଓ ପୂର୍ବ ଅଧିକରୀମାନଙ୍କ ତାଲିକା ପ୍ରସ୍ତୁତ କରିଛି। ସେମାନଙ୍କ ମଧ୍ୟରୁ କେତେକଙ୍କୁ ନୋଟିସ୍‌ ଜାରି କରିସାରିଛି। କ୍ରାଇମବ୍ରାଞ୍ଚ ହାତକୁ ତଦନ୍ତ ଭାର ଯିବା ପରେ ପୂର୍ବ ସରକାରଙ୍କ ସମୟର ବଡ଼ବଡ଼ ପ୍ରଶାସକମାନେ ତଦନ୍ତ ପରିସରଭୁକ୍ତ ହେବା ସମ୍ଭାବନା ବୃଦ୍ଧି ପାଇଛି।
୨୦୦୮ ଅଗଷ୍ଟରେ କନ୍ଧମାଳର ଜଳେଶପେଟା ଆଶ୍ରମଠାରେ ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ ନେତା ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଏବଂ ତାଙ୍କର ଅନ୍ୟ ସହଯୋଗୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ପରେ ସମଗ୍ର କନ୍ଧମାଳ ଜିଲା ଏବଂ ରାଜ୍ୟବ୍ୟାପୀ ବ୍ୟାପକ ସାମ୍ପ୍ରଦାୟିକ ଦଙ୍ଗା ଓ ହିଂସାକାଣ୍ଡ ଘଟିଥିଲା। ଏହାର ପ୍ରକୃତ କାରଣ, ଷଡ଼ଯନ୍ତ୍ର ଏବଂ ପରିସ୍ଥିତିର ଅନୁଧ୍ୟାନ କରିବା ପାଇଁ ରାଜ୍ୟ ସରକାର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଏ.ଏସ୍‌ ନାଇଡୁଙ୍କୁ ନେଇ ଏକ ଜୁଡିସିଆଲ୍ କମିସନ ଗଠନ କରିଥିଲେ। କମିସନ ଦୀର୍ଘ ବର୍ଷ ଧରି ତଦନ୍ତ କରିବା ପରେ ପ୍ରାୟ ୨,୦୦୦ ପୃଷ୍ଠା ବିଶିଷ୍ଟ ଦୁଇ ଖଣ୍ଡର ଏକ ବିସ୍ତୃତ ତଦନ୍ତ ରିପୋର୍ଟ ୨୦୧୬ ସେପ୍ଟେମ୍ବରରେ ସରକାରଙ୍କୁ (ମୁଖ୍ୟ ଶାସନ ସଚିବଙ୍କ ଜରିଆରେ ସିଏମ୍‌ଓକୁ) ପ୍ରଦାନ କରିଥିଲେ। ଏହି ନ୍ୟାୟିକ କମିସନଙ୍କ ରିପୋର୍ଟକୁ ନେଇ ବାରମ୍ବାର ଦାବି କରାଯିବା ପରେ ମଧ୍ୟ ସର୍ବସାଧାରଣ କରାଗଲା ନାହିଁ କିମ୍ବା ବିଧାନସଭାରେ ଉପସ୍ଥାପନ କରାଯାଇନଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ଏଭଳି ଗୁରୁତ୍ଵପୂର୍ଣ୍ଣ ଫାଇଲ କଡ଼ା ସୁରକ୍ଷା ବଳୟରେ ଥିବା ସିଏମ୍‌ଓରୁ ଗାଏବ ହେଲା କିପରି, ଏହା ଏବେ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି।
ଗୃହ ବିଭାଗର ଯୁଗ୍ମ ସଚିବ ଶରତ ଚନ୍ଦ୍ର ମାରାଣ୍ଡିଙ୍କ ଅଭିଯୋଗକ୍ରମେ କ୍ୟାପିଟାଲ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ପୁଲିସ ଭାରତୀୟନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ବିଭିନ୍ନ ଧାରା ଯଥା ଚୋରି, ବିଶ୍ୱାସଘାତକତା, ପ୍ରମାଣ ନଷ୍ଟ ଏବଂ ଅପରାଧିକ ଷଡ଼ଯନ୍ତ୍ର ମାମଲା ଆଧାରରେ ତଦନ୍ତ ଆରମ୍ଭ କରିଥିଲା। ମାମଲାର ତଦନ୍ତ ପରିସରକୁ ବୃଦ୍ଧି କରି କମିସନରେଟ୍ ପୁଲିସ ପକ୍ଷରୁ ସେତେବେଳେ କାର୍ଯ୍ୟରତ ଥିବା କିଛି ବଡ଼ ଅଧିକାରୀଙ୍କୁ ନୋଟିସ୍ ଜାରି କରାଯାଇଥିଲା। ପୂର୍ବତନ ଆଇଏଏସ୍ ତଥା ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍, ପୂର୍ବତନ ଆଇଏଏସ୍ ମନୋଜ ମିଶ୍ର, ରାଜେଶ ବର୍ମା ଏବଂ ଉପେନ୍ଦ୍ର ବେହେରାଙ୍କୁ ନୋଟିସ୍ ହୋଇଥିଲା। ତେବେ ମନୋଜ ମିଶ୍ରଙ୍କୁ ବାଦ୍ ଦେଲେ ଅନ୍ୟ ପୂର୍ବତନ ପ୍ରଶାସକମାନେ ଏଯାଏ ହାଜର ହୋଇ ନିଜର ପକ୍ଷ ରଖି ନାହାନ୍ତି। ମାମଲାର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ଏହାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି।

Powered by Froala Editor

Tags Cmo

Related articles Odisha News Lens 4.1

  •  ଏହି ରଙ୍ଗର ଜୋତା ପିନ୍ଧିଲେ ସୌଭାଗ୍ୟ ପାଲଟିଯାଏ ଦୁର୍ଭାଗ୍ୟ
    ବିଶେଷ

    ଏହି ରଙ୍ଗର ଜୋତା ପିନ୍ଧିଲେ ସୌଭାଗ୍ୟ ପାଲଟିଯାଏ ଦୁର୍ଭାଗ୍ୟ

    15027
    Oct 23, 2026
  • ଏପରି କଲେ ଛାଡି ପଳେଇବେ ମା' ଲକ୍ଷ୍ମୀ
    ବିଶେଷ

    ଏପରି କଲେ ଛାଡି ପଳେଇବେ ମା' ଲକ୍ଷ୍ମୀ

    15381
    Oct 23, 2026
  • ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ...
    ବାଣିଜ୍ୟ

    ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ...

    14335
    Oct 23, 2026
  • ମହଙ୍ଗା ହେବ ତେଲ, ଅଶୋଧିତ ତୈଳ ବ୍ୟାରେଲ୍‌ ପିଛା ୧୪୦ ଡଲାର ଛୁଇଁବ
    ବାଣିଜ୍ୟ

    ମହଙ୍ଗା ହେବ ତେଲ, ଅଶୋଧିତ ତୈଳ ବ୍ୟାରେଲ୍‌ ପିଛା ୧୪୦ ଡଲାର ଛୁଇଁବ

    14967
    Oct 22, 2026
  • ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ନେଇ ଆସିଲା ଏହି ଖବର, ଜାଣନ୍ତୁ....
    ଦେଶ-ଦେଶାନ୍ତର

    ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ନେଇ ଆସିଲା ଏହି ଖବର, ଜାଣନ୍ତୁ....

    15355
    Oct 22, 2026
  • ମୁକାମ୍‌ରେ କ୍ଷମା ପ୍ରାର୍ଥନା କରନ୍ତୁ, ଦୀର୍ଘଦିନର ବିବାଦ ତୁଟିଯିବ: ବିଷ୍ଣୋଇ ସମାଜ
    ଦେଶ-ଦେଶାନ୍ତର

    ମୁକାମ୍‌ରେ କ୍ଷମା ପ୍ରାର୍ଥନା କରନ୍ତୁ, ଦୀର୍ଘଦିନର ବିବାଦ ତୁଟିଯିବ: ବିଷ୍ଣୋଇ ସମାଜ

    13585
    Oct 22, 2026
  • ଭାରତ-ଆମେରିକା ନୂଆ ବାଣିଜ୍ୟ ଚୁକ୍ତି ନେଇ ଏହା କହିଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ଭାରତ-ଆମେରିକା ନୂଆ ବାଣିଜ୍ୟ ଚୁକ୍ତି ନେଇ ଏହା କହିଲେ ଟ୍ରମ୍ପ

    13538
    Oct 23, 2026
  • ଇସ୍ରାଏଲର ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେବାକୁ ମୋଦୀଙ୍କୁ ନିମନ୍ତ୍ରଣ କଲେ ...
    ଦେଶ-ଦେଶାନ୍ତର

    ଇସ୍ରାଏଲର ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେବାକୁ ମୋଦୀଙ୍କୁ ନିମନ୍ତ୍ରଣ କଲେ ...

    13584
    Oct 23, 2026
  • ସୁଟରଙ୍କ ଟାର୍ଗେଟରେ ଥିଲେ ଅମିତାଭ, ଅକ୍ଷୟ ଓ ଅମିର
    ମନୋରଞ୍ଜନ

    ସୁଟରଙ୍କ ଟାର୍ଗେଟରେ ଥିଲେ ଅମିତାଭ, ଅକ୍ଷୟ ଓ ଅମିର

    14338
    Oct 22, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ନେଇ ଆସିଲା ଏହି ଖବର, ଜାଣନ୍ତୁ....

    15355
    Oct 22, 2026
  • ଦେଶ-ଦେଶାନ୍ତର

    ମୁକାମ୍‌ରେ କ୍ଷମା ପ୍ରାର୍ଥନା କରନ୍ତୁ, ଦୀର୍ଘଦିନର ବିବାଦ ତୁଟିଯିବ: ବିଷ୍ଣୋଇ ସମାଜ

    13585
    Oct 22, 2026
  • ବାଣିଜ୍ୟ

    ମହଙ୍ଗା ହେବ ତେଲ, ଅଶୋଧିତ ତୈଳ ବ୍ୟାରେଲ୍‌ ପିଛା ୧୪୦ ଡଲାର ଛୁଇଁବ

    14967
    Oct 22, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17209
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17906
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17850
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18274
    Sep 06, 2023

ବିଶେଷ

  • ଏହି ରଙ୍ଗର ଜୋତା ପିନ୍ଧିଲେ ସୌଭାଗ୍ୟ ପାଲଟିଯାଏ ଦୁର୍ଭାଗ୍ୟ

    15027
    Oct 23, 2026
  • ଏପରି କଲେ ଛାଡି ପଳେଇବେ ମା' ଲକ୍ଷ୍ମୀ

    15381
    Oct 23, 2026
  • ଏହି ପାଣି ପିଅନ୍ତୁ ରହିବ ପେଟ ଥଣ୍ଡା

    15027
    Oct 18, 2026
  • କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, କରନ୍ତୁ ଏହି ଉପାୟ....

    15491
    Oct 16, 2026
  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14822
    Oct 06, 2026

ବାଣିଜ୍ୟ

ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ

ଭୁବନେଶ୍ୱର : ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ସମ୍ପ୍ରସାରଣ ଦିଗରେ ଏକ ପଦକ୍ଷେପ ସ୍ୱରୂପ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ରାୟଗଡ଼ାସ୍ଥିତ ଏଲ୍. ଭି. ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ସହ ...

  • ମହଙ୍ଗା ହେବ ତେଲ, ଅଶୋଧିତ ତୈଳ ବ୍ୟାରେଲ୍‌ ପିଛା ୧୪୦ ଡଲାର ଛୁଇଁବ

    14967
    Oct 22, 2026
  • ହମାରା ବଚ୍‌ପନ ଟ୍ରଷ୍ଟ ରଜୋନିବୃତ୍ତି ଦିବସ ୨୦୨୬ ପାଳନ କରିବାକୁ ଓଡ଼ିଶା ଓ ମଧ୍ୟପ୍ରଦେଶରେ ୨୫ଟି ସମ୍ପ୍ରଦାୟରେ ୧୦୦୦ରୁ ଅଧିକ ମହିଳାଙ୍କ ନିକଟରେ ପହଞ୍ଚିଲା

    14312
    Oct 21, 2026
  • ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ କରୁଛି ବେଦାନ୍ତ ଆଲୁମିନିୟମ୍

    14608
    Oct 16, 2026
  • କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ସୌର ଭିତ୍ତିଭୂମି ସ୍ଥାପନ

    14637
    Oct 15, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ

    14335
    Oct 23, 2026
  • ଏପରି କଲେ ଛାଡି ପଳେଇବେ ମା' ଲକ୍ଷ୍ମୀ

    15381
    Oct 23, 2026
  • ଇସ୍ରାଏଲର ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେବାକୁ ମୋଦୀଙ୍କୁ ନିମନ୍ତ୍ରଣ କଲେ ନେତାନ୍ୟାହୁ

    13584
    Oct 23, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In