Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, August 31, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ନେପାଳର ବନ୍ୟା ଯୋଗୁଁ ସୁଡ଼ଙ୍ଗରେ ଫସି ...

  • IST ବାଧ୍ୟତାମୂଳକ: ମାର୍ଚ୍ଚ ୨୦୨୭ ଠାରୁ ‘ୱାନ ...

  • ବନ୍ୟାରେ ନିଖୋଜ ଖବର ମିଛ, ମୁମ୍ବାଇରେ ...

  • ସତର୍କ କଲେ ବିଶେଷଜ୍ଞ: ଆହୁରି ୪୦୭ ହିମବାହ ...

  • ଟଙ୍କା ପାଇଁ ବାହାଘର, ଯୁବକଙ୍କୁ ଲୁଟି ...

  • କେନାଲରୁ ମିଳିଲା ବିଜେପି ନେତାଙ୍କ ମୃତଦେହ

  • ‘ମନ୍ କୀ ବାତ୍‌’ କାର୍ଯ୍ୟକ୍ରମରେ ଓଡ଼ିଶାର ...

  • ମୋଦୀଙ୍କ ଉଜ୍‌ବେକିସ୍ତାନ ଗସ୍ତ

  • ନେପାଳ ବନ୍ୟାରେ ଭାସିଗଲା ବ୍ୟାଙ୍କ ଲକର, ୫୭ ...

  • ଛାତି ଯନ୍ତ୍ରଣା ହୋଇଥାଏ ଏହିସବୁ ରୋଗର ...

ରାଜ୍ୟ
Home ›› ରାଜ୍ୟ ››ସିଏମ୍‌ଓରୁ ସମ୍ବେଦନଶୀଳ ଫାଇଲ୍ ଗାଏବ ମାମଲା: ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ କିରାଣି ଘରେ କ୍ରାଇମବ୍ରାଞ୍ଚର ଚଢ଼ଉ

ସିଏମ୍‌ଓରୁ ସମ୍ବେଦନଶୀଳ ଫାଇଲ୍ ଗାଏବ ମାମଲା: ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ କିରାଣି ଘରେ କ୍ରାଇମବ୍ରାଞ୍ଚର ଚଢ଼ଉ

2026-08-05 06:56:52
15201
Share:
Facebook
Twitter
E-Mail
WhatsApp
Telegram
ସିଏମ୍‌ଓରୁ ସମ୍ବେଦନଶୀଳ ଫାଇଲ୍ ଗାଏବ ମାମଲା: ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ କିରାଣି ଘରେ କ୍ରାଇମବ୍ରାଞ୍ଚର ଚଢ଼ଉ

ଭୁବନେଶ୍ବର : ରାଜ୍ୟର ସବୁଠାରୁ ସୁରକ୍ଷିତ ତଥା କଡ଼ା ନଜରରେ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ)ରୁ କିପରି ଏବଂ କେଉଁ ପରିସ୍ଥିତିରେ ଅତି ସମ୍ବେଦନଶୀଳ ଫାଇଲ୍ ଗାଏବ ହେଲା, ତାହାକୁ ନେଇ ଏବେ କ୍ରାଇମ୍‌ବ୍ରାଞ୍ଚ ତନାଘନା ଜାରି ରଖିଛି। ଫାଇଲ ପାଇବା ଲାଗି ତଦନ୍ତକାରୀ ଦଳ ସୁରାକ୍‌ ଖୋଜିବା ଆରମ୍ଭ କରିଛି। ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ କିରାଣି ବି.ଏନ୍‌ ମହାରଣାଙ୍କ ଘରେ ଚଢ଼ଉ କରିଛି। କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ଆଶୁତୋଷ ମିଶ୍ରଙ୍କ ନେତୃତ୍ବରେ ସ୍ବତନ୍ତ୍ର ଦଳ ଶ୍ରୀ ମହାରଣାଙ୍କ ଘରେ ପ୍ରାୟ ୫ଘଣ୍ଟା ଧରି ତଲାସି କରିଛନ୍ତି। ତନ୍ନତନ୍ନ କରି ଯାଞ୍ଚ କରିବା ସହ କାଗଜପତ୍ର ଅଣ୍ଡାଳିଥିଲେ। ଶ୍ରୀ ମହରଣାଙ୍କୁ ମଧ୍ୟ ପଚରାଉଚରା କରିଥିଲେ। ଅପରପକ୍ଷେ, ଏହି ମାମଲାରେ କ୍ରାଇମବ୍ରାଞ୍ଚ ୧୦ରୁ ଅଧିକ କର୍ମଚାରୀ, ପୂର୍ବତନ ଅଧିକାରୀଙ୍କର କ୍ରାଇମ୍‌ବ୍ରାଞ୍ଚ ତାଲିକା ପ୍ରସ୍ତୁତ କରିଛି। ୬ ଜଣ କର୍ମଚାରୀଙ୍କୁ ତଦନ୍ତକାରୀ ଦଳ ପଚରାଉଚରା କରିସାରିଛି। ବୈଷୟିକ ପ୍ରକ୍ରିୟାରେ ତଦନ୍ତ କରାଯାଉଛି। କିଛି ବ୍ୟକ୍ତିଙ୍କୁ ନୋଟିସ୍‌ ମଧ୍ୟ କରାଯାଇଛି। ନୋଟିସ ପାଇବା ପରେ ସେ ଯିଏ ହୁଅନ୍ତୁ ନା କାହିଁକିଳ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବା ବାଧ୍ୟତାମୂଳକ। ହାଜର ନହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ‌ବୋଲି କ୍ରାଇମ୍‌ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର କହିଛନ୍ତି।
କନ୍ଧମାଳର ବହୁଚର୍ଚ୍ଚିତ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ଏବଂ ଏହାର ପରବର୍ତ୍ତୀ ତଦନ୍ତ ପାଇଁ ଗଠିତ ‘ନାଇଡୁ କମିସନ’ଙ୍କ ଫାଇଲ୍ ହଜିବା ଘଟଣାରେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିରପେକ୍ଷ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦେଶ ଦେଇଥିଲେ। କ୍ରାଇମ୍‌ବ୍ରାଞ୍ଚ ଏକ ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟାକୁ ଜୋରଦାର୍‌ କରିଛି। କ୍ୟାପିଟାଲ ଥାନାରୁ ମାମଲା ସଂକ୍ରାନ୍ତ ସମସ୍ତ ଦସ୍ତାବିଜ୍‌ ନେବା ପରେ ବର୍ତ୍ତମାନ ଓ ପୂର୍ବ ଅଧିକରୀମାନଙ୍କ ତାଲିକା ପ୍ରସ୍ତୁତ କରିଛି। ସେମାନଙ୍କ ମଧ୍ୟରୁ କେତେକଙ୍କୁ ନୋଟିସ୍‌ ଜାରି କରିସାରିଛି। କ୍ରାଇମବ୍ରାଞ୍ଚ ହାତକୁ ତଦନ୍ତ ଭାର ଯିବା ପରେ ପୂର୍ବ ସରକାରଙ୍କ ସମୟର ବଡ଼ବଡ଼ ପ୍ରଶାସକମାନେ ତଦନ୍ତ ପରିସରଭୁକ୍ତ ହେବା ସମ୍ଭାବନା ବୃଦ୍ଧି ପାଇଛି।
୨୦୦୮ ଅଗଷ୍ଟରେ କନ୍ଧମାଳର ଜଳେଶପେଟା ଆଶ୍ରମଠାରେ ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ ନେତା ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଏବଂ ତାଙ୍କର ଅନ୍ୟ ସହଯୋଗୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ପରେ ସମଗ୍ର କନ୍ଧମାଳ ଜିଲା ଏବଂ ରାଜ୍ୟବ୍ୟାପୀ ବ୍ୟାପକ ସାମ୍ପ୍ରଦାୟିକ ଦଙ୍ଗା ଓ ହିଂସାକାଣ୍ଡ ଘଟିଥିଲା। ଏହାର ପ୍ରକୃତ କାରଣ, ଷଡ଼ଯନ୍ତ୍ର ଏବଂ ପରିସ୍ଥିତିର ଅନୁଧ୍ୟାନ କରିବା ପାଇଁ ରାଜ୍ୟ ସରକାର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଏ.ଏସ୍‌ ନାଇଡୁଙ୍କୁ ନେଇ ଏକ ଜୁଡିସିଆଲ୍ କମିସନ ଗଠନ କରିଥିଲେ। କମିସନ ଦୀର୍ଘ ବର୍ଷ ଧରି ତଦନ୍ତ କରିବା ପରେ ପ୍ରାୟ ୨,୦୦୦ ପୃଷ୍ଠା ବିଶିଷ୍ଟ ଦୁଇ ଖଣ୍ଡର ଏକ ବିସ୍ତୃତ ତଦନ୍ତ ରିପୋର୍ଟ ୨୦୧୬ ସେପ୍ଟେମ୍ବରରେ ସରକାରଙ୍କୁ (ମୁଖ୍ୟ ଶାସନ ସଚିବଙ୍କ ଜରିଆରେ ସିଏମ୍‌ଓକୁ) ପ୍ରଦାନ କରିଥିଲେ। ଏହି ନ୍ୟାୟିକ କମିସନଙ୍କ ରିପୋର୍ଟକୁ ନେଇ ବାରମ୍ବାର ଦାବି କରାଯିବା ପରେ ମଧ୍ୟ ସର୍ବସାଧାରଣ କରାଗଲା ନାହିଁ କିମ୍ବା ବିଧାନସଭାରେ ଉପସ୍ଥାପନ କରାଯାଇନଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ଏଭଳି ଗୁରୁତ୍ଵପୂର୍ଣ୍ଣ ଫାଇଲ କଡ଼ା ସୁରକ୍ଷା ବଳୟରେ ଥିବା ସିଏମ୍‌ଓରୁ ଗାଏବ ହେଲା କିପରି, ଏହା ଏବେ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି।
ଗୃହ ବିଭାଗର ଯୁଗ୍ମ ସଚିବ ଶରତ ଚନ୍ଦ୍ର ମାରାଣ୍ଡିଙ୍କ ଅଭିଯୋଗକ୍ରମେ କ୍ୟାପିଟାଲ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ପୁଲିସ ଭାରତୀୟନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ବିଭିନ୍ନ ଧାରା ଯଥା ଚୋରି, ବିଶ୍ୱାସଘାତକତା, ପ୍ରମାଣ ନଷ୍ଟ ଏବଂ ଅପରାଧିକ ଷଡ଼ଯନ୍ତ୍ର ମାମଲା ଆଧାରରେ ତଦନ୍ତ ଆରମ୍ଭ କରିଥିଲା। ମାମଲାର ତଦନ୍ତ ପରିସରକୁ ବୃଦ୍ଧି କରି କମିସନରେଟ୍ ପୁଲିସ ପକ୍ଷରୁ ସେତେବେଳେ କାର୍ଯ୍ୟରତ ଥିବା କିଛି ବଡ଼ ଅଧିକାରୀଙ୍କୁ ନୋଟିସ୍ ଜାରି କରାଯାଇଥିଲା। ପୂର୍ବତନ ଆଇଏଏସ୍ ତଥା ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍, ପୂର୍ବତନ ଆଇଏଏସ୍ ମନୋଜ ମିଶ୍ର, ରାଜେଶ ବର୍ମା ଏବଂ ଉପେନ୍ଦ୍ର ବେହେରାଙ୍କୁ ନୋଟିସ୍ ହୋଇଥିଲା। ତେବେ ମନୋଜ ମିଶ୍ରଙ୍କୁ ବାଦ୍ ଦେଲେ ଅନ୍ୟ ପୂର୍ବତନ ପ୍ରଶାସକମାନେ ଏଯାଏ ହାଜର ହୋଇ ନିଜର ପକ୍ଷ ରଖି ନାହାନ୍ତି। ମାମଲାର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ଏହାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି।

Powered by Froala Editor

Tags Cmo

Related articles Odisha News Lens 4.1

  • ଛାତି ଯନ୍ତ୍ରଣା ହୋଇଥାଏ ଏହିସବୁ ରୋଗର ଲକ୍ଷଣ
    ବିଶେଷ

    ଛାତି ଯନ୍ତ୍ରଣା ହୋଇଥାଏ ଏହିସବୁ ରୋଗର ଲକ୍ଷଣ

    14421
    Aug 30, 2026
  • ନେପାଳର ବନ୍ୟା ଯୋଗୁଁ ସୁଡ଼ଙ୍ଗରେ  ଫସି ରହିଛନ୍ତି ୯୦୦ ଶ୍ରମିକ
    ଦେଶ-ଦେଶାନ୍ତର

    ନେପାଳର ବନ୍ୟା ଯୋଗୁଁ ସୁଡ଼ଙ୍ଗରେ ଫସି ରହିଛନ୍ତି ୯୦୦ ଶ୍ରମିକ

    15126
    Aug 31, 2026
  • କେନାଲରୁ ମିଳିଲା ବିଜେପି ନେତାଙ୍କ ମୃତଦେହ
    ଅପରାଧ

    କେନାଲରୁ ମିଳିଲା ବିଜେପି ନେତାଙ୍କ ମୃତଦେହ

    15077
    Aug 31, 2026
  • ମୋଦୀଙ୍କ ଉଜ୍‌ବେକିସ୍ତାନ ଗସ୍ତ
    ଦେଶ-ଦେଶାନ୍ତର

    ମୋଦୀଙ୍କ ଉଜ୍‌ବେକିସ୍ତାନ ଗସ୍ତ

    14919
    Aug 30, 2026
  • ଟଙ୍କା ପାଇଁ ବାହାଘର, ଯୁବକଙ୍କୁ ଲୁଟି କନ୍ୟା ଫେରାର
    ଅପରାଧ

    ଟଙ୍କା ପାଇଁ ବାହାଘର, ଯୁବକଙ୍କୁ ଲୁଟି କନ୍ୟା ଫେରାର

    13770
    Aug 31, 2026
  •  ‘ମନ୍ କୀ ବାତ୍‌’ କାର୍ଯ୍ୟକ୍ରମରେ ଓଡ଼ିଶାର ମୈଥିଲୀ ଭୂଏଙ୍କ ସଫଳତାର କାହାଣୀ ପାଇଲା ...
    ଦେଶ-ଦେଶାନ୍ତର

    ‘ମନ୍ କୀ ବାତ୍‌’ କାର୍ଯ୍ୟକ୍ରମରେ ଓଡ଼ିଶାର ମୈଥିଲୀ ଭୂଏଙ୍କ ସଫଳତାର କାହାଣୀ ପାଇଲା ...

    13565
    Aug 30, 2026
  • ବନ୍ୟାରେ ନିଖୋଜ ଖବର ମିଛ, ମୁମ୍ବାଇରେ ପହଞ୍ଚିଲେ ମାନସୀ
    ମନୋରଞ୍ଜନ

    ବନ୍ୟାରେ ନିଖୋଜ ଖବର ମିଛ, ମୁମ୍ବାଇରେ ପହଞ୍ଚିଲେ ମାନସୀ

    14008
    Aug 31, 2026
  • ନେପାଳ ବନ୍ୟାରେ ଭାସିଗଲା ବ୍ୟାଙ୍କ ଲକର, ୫୭ ଲକ୍ଷ ଟଙ୍କା ଲୁଟ
    ଦେଶ-ଦେଶାନ୍ତର

    ନେପାଳ ବନ୍ୟାରେ ଭାସିଗଲା ବ୍ୟାଙ୍କ ଲକର, ୫୭ ଲକ୍ଷ ଟଙ୍କା ଲୁଟ

    13630
    Aug 30, 2026
  • IST ବାଧ୍ୟତାମୂଳକ: ମାର୍ଚ୍ଚ ୨୦୨୭ ଠାରୁ ‘ୱାନ ନେସନ, ୱାନ ଟାଇମ’
    ଦେଶ-ଦେଶାନ୍ତର

    IST ବାଧ୍ୟତାମୂଳକ: ମାର୍ଚ୍ଚ ୨୦୨୭ ଠାରୁ ‘ୱାନ ନେସନ, ୱାନ ଟାଇମ’

    14134
    Aug 31, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଅପରାଧ

    କେନାଲରୁ ମିଳିଲା ବିଜେପି ନେତାଙ୍କ ମୃତଦେହ

    15077
    Aug 31, 2026
  • ଦେଶ-ଦେଶାନ୍ତର

    ‘ମନ୍ କୀ ବାତ୍‌’ କାର୍ଯ୍ୟକ୍ରମରେ ଓଡ଼ିଶାର ମୈଥିଲୀ ଭୂଏଙ୍କ ସଫଳତାର କାହାଣୀ ପାଇଲା ସ୍ଥାନ

    13565
    Aug 30, 2026
  • ଦେଶ-ଦେଶାନ୍ତର

    ନେପାଳର ବନ୍ୟା ଯୋଗୁଁ ସୁଡ଼ଙ୍ଗରେ ଫସି ରହିଛନ୍ତି ୯୦୦ ଶ୍ରମିକ

    15126
    Aug 31, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17060
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17699
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17732
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18129
    Sep 06, 2023

ବିଶେଷ

  • ଛାତି ଯନ୍ତ୍ରଣା ହୋଇଥାଏ ଏହିସବୁ ରୋଗର ଲକ୍ଷଣ

    14421
    Aug 30, 2026
  • ରାକ୍ଷୀ ବାନ୍ଧିବାର ଉଚିତ୍ ସମୟ ଜାଣନ୍ତୁ.....

    14626
    Aug 27, 2026
  • ମୂଷାମାନେ କିପରି ଘରୁ ବାହାରିବେ ଜାଣନ୍ତୁ ଟିପ୍ସ

    13964
    Aug 26, 2026
  • ବିନା ମୋଜାରେ ଜୋତା ପିନ୍ଧିଲେ ଶରୀର ଉପରେ ପଡିଥାଏ କୁପ୍ରଭାବ

    15347
    Aug 24, 2026
  • ସ୍ୱାସ୍ଥ ପାଇଁ ମହୋଷଧି ଭୃଷଙ୍ଗ ପତ୍ର

    15701
    Aug 21, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ଜ୍ୟୋତି ଅଧୀନରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ ଜିଲ୍ଲାର ୨୨,୦୦୦ ପରିବାରକୁ ସୌର ଶକ୍ତି ଚାଳିତ ଆଲୋକ ପ୍ରଦାନ କରୁଛି

ସମସ୍ତଙ୍କ ପାଇଁ ସୁରକ୍ଷା, ଗତିଶୀଳତା ଏବଂ ଯୋଗାଯୋଗରେ ଉନ୍ନତି ଆଣିବା ଲାଗି ଏକ ସ୍ୱଚ୍ଛ-ଶକ୍ତି ପଦକ୍ଷେପ

ଭୁବନେଶ୍ୱର, ୨୫/୦୮/୨୦୨୬: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ କୋ ...

  • ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି

    14458
    Aug 21, 2026
  • ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ପ୍ରତିଭାର ଶକ୍ତିରେ ପ୍ରଗତିର ପଥେ

    15986
    Aug 19, 2026
  • ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

    14022
    Aug 13, 2026
  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ କରିଛି

    14291
    Aug 12, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମୋଦୀଙ୍କ ଉଜ୍‌ବେକିସ୍ତାନ ଗସ୍ତ

    14919
    Aug 30, 2026
  • ନେପାଳ ବନ୍ୟାରେ ଭାସିଗଲା ବ୍ୟାଙ୍କ ଲକର, ୫୭ ଲକ୍ଷ ଟଙ୍କା ଲୁଟ

    13630
    Aug 30, 2026
  • IST ବାଧ୍ୟତାମୂଳକ: ମାର୍ଚ୍ଚ ୨୦୨୭ ଠାରୁ ‘ୱାନ ନେସନ, ୱାନ ଟାଇମ’

    14134
    Aug 31, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In