ବନ୍ୟା ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରି ଏହା କହିଲେ ଧର୍ମେନ୍ଦ୍ର
ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବେ ଓଡ଼ିଶାର ୬ ଜିଲାରେ ବନ୍ୟା ସଙ୍କଟ ସୃଷ୍ଟି କରିଥିବାବେଳେ ୯ ଜିଲାରେ ବିଶେଷ ପ୍ରଭାବ ପକାଇଛି। ବନ୍ୟାରେ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର ଏବଂ ସମ୍ବଲପୁର ଜିଲାର ପ୍ରାୟ ୫୭ଟି ବ୍ଲକରେ ୫ ଲକ୍ଷ ୨୬ ହଜାର ୮୦୦ ଲୋକ ପ୍ରଭାବିତ ହୋଇଥିବାବେଳେ ଢେଙ୍କାନାଳରେ ୪ ଏବଂ କେନ୍ଦୁଝରରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ବନ୍ୟା ପରିସ୍ଥିତିକୁ ନେଇ ସମ୍ବଲପୁର ଏମ୍ପି ଧମେନ୍ଦ୍ର ପ୍ରଧାନ ଚିନ୍ତାପ୍ରକଟ କରିଛନ୍ତି। ଜଳବନ୍ଦୀ ସମସ୍ୟାର ନିରାକରଣ ପାଇଁ ସେ ଓଡ଼ିଶାର ପଞ୍ଚାୟତିରାଜ, ଗ୍ରାମୀଣ ବିକାଶ ଓ ପାନୀୟ ଜଳ ମନ୍ତ୍ରୀ , ଜିଲା ପ୍ରଶାସନ, ସ୍ଥାନୀୟ ଜନପ୍ରତିନିଧି, ବୁଦ୍ଧିଜୀବୀ ଓ ସାମାଜିକ ସଂଗଠନର ସଦସ୍ୟମାନଙ୍କ ସହ ଭର୍ଚ୍ଚୁଆଲ ଆଲୋଚନା କରିଛନ୍ତି। ଏନେଇ ଏକ୍ସରେ ସୂଚନା ଦେଇ କହିଛନ୍ତି, ସମ୍ବଲପୁରବାସୀଙ୍କୁ ଜଳବନ୍ଦୀ ସମସ୍ୟାରୁ ମୁକ୍ତି ଦେବା ଆମର ପ୍ରାଥମିକତା । ବର୍ତ୍ତମାନ ସମୟରେ ପ୍ରଶାସନ ତତ୍ପରତା ସହ କାର୍ଯ୍ୟ କରିବା ପ୍ରଶଂସନୀୟ । ସମସ୍ୟାର ନିରାକରଣ ପାଇଁ ସ୍ଥାନୀୟ ବିଶେଷଜ୍ଞ ଓ ସିଭିଲ ସୋସାଇଟି ଦ୍ୱାରା ଆସିଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ସ୍ବାଗତଯୋଗ୍ୟ ।
Powered by Froala Editor