ସେନା ପ୍ରତ୍ୟାହାର ନେଇ ଚୀନ ଓ ଭରତ ମଧ୍ୟରେ ବୈଠକ
ନୂଆଦିଲ୍ଲୀ: ପୂବ ର୍ଲଦାଖ ସୀମାରେ ସେନା ପ୍ରତ୍ୟାହାର ନେଇ ଗତକାଲି ଚୀନ ଓ ଭରତ ମଧ୍ୟରେ ଘଣ୍ଟା ଘଣ୍ଟା ଧରି ବୈଠକ ହୋଇଥିଲା । ଏହି ଆଲୋଚନାରେ ପ୍ରମୁଖ ପ୍ରସଙ୍ଗ ଗୁଡିକ ମଧ୍ୟରେ ଗୋଗ୍ରା ଓ ହଟ୍ ସ୍ପି୍ରଙ୍ଗ୍ସରୁ ସୈନ୍ୟ ପ୍ରତ୍ୟାହାର ନେଇ ଆଲୋଚନା ହୋଇଥିଲା । ଏହି ଦୁଇଟି ଅଞ୍ଚଳରେ ବର୍ତ୍ତମାନ ପର୍ଯ୍ୟନ୍ତ ସଂଘର୍ଷ ଲାଗି ରହିଛି । ସୀମା ବିବାଦକୁ ତୁରନ୍ତ ସମାଧାନ କରିବା ପାଇଁ ଉଭୟ ପକ୍ଷ ରାଜି ହୋଇଛନ୍ତି । ଏହି ବାବଦରେ ଧୀରେଧୀରେ ଅଲୋଚନା ମାଧ୍ୟମରେ ସମାଧାନ ହେବ ବୋଲି କୁହାଯାଇଛି । ଏହା ସହିତ ସୀମାରେ ଶାନ୍ତି ରଖିବାକୁ ଦୁଇ ଦେଶ ରାଜି ହୋଇଥିବା ଷ୍ଟେଟମେଣ୍ଟରେ କୁହାଯାଇଛି । ଏହି ବୈଠକରେ ଭାରତ ଦୀପସାଙ୍ଗ ଓ ଡେମ୍ଚୋକ୍ ଅଞ୍ଚଳରେ ସେନା ପ୍ରତ୍ୟାହାର ନେଇ ପ୍ରସଙ୍ଗ ଉଠାଇଥିଲା ଭାରତ କିନ୍ତୁ ଚୀନ ଏହି ଦୁଇ ଅଞ୍ଚଳ ବିଷୟରେ କଡା ଆଭିମୁଖ୍ୟ ରଖିଥିବା ସୂଚନା ମିଳିଛି ।
Powered by Froala Editor