ବୃଦ୍ଧି ହେବ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ଦରମା !
ଭୁବନେଶ୍ୱର: ରାଜ୍ୟର ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ମାନଙ୍କ ପାଇଁ ଏକ ବଡ଼ ଖୁସିଖବର ଆସିବାର ସମ୍ଭାବନା ରହିଛି। ରାଜ୍ୟ ସରକାରୀ ସ୍ତରରେ ସେମାନଙ୍କ ଦରମା ବୃଦ୍ଧି ନେଇ ଚିନ୍ତା କରାଯାଉଛି। ଜନ୍ମଠାରୁ ଆରମ୍ଭ କରି ଜୁଇ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଅଙ୍ଗନବାଡ଼ି କର୍ମୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଗାମୀ ବିଧାନସଭା ଅଧିବେଶନରେ ସରକାର ଏହି ପ୍ରସଙ୍ଗରେ ଏକ ବଡ଼ ଧରଣର ଘୋଷଣା କରିପାରନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ସମ୍ଭାବ୍ୟ ଘୋଷଣା ସେମାନଙ୍କର ମାସିକ ମାନ୍ୟତା କିମ୍ବା ଦରମା ବୃଦ୍ଧି ସଂକ୍ରାନ୍ତରେ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି। କର୍ମୀମାନେ ଦରମା ୧୮,୦୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ଦାବି ଜଣାଇ ଆସୁଛନ୍ତି, ତଥାପି ସରକାରୀ ସୂତ୍ରରୁ ମିଳୁଥିବା ସୂଚନା ଅନୁଯାୟୀ: ଅଙ୍ଗନବାଡ଼ି କର୍ମୀ: ଦରମା ୧୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇପାରେ। ସହାୟିକା: ଦରମା ୧୨,୦୦୦ ଟଙ୍କା କରିବାକୁ ଯୋଜନା ଚାଲିଥିବା ନେଇ ରାଜ୍ୟର ରାଜନୈତିକ ମହଲରେ ବେଶ୍ ଆଲୋଚନା ହେଉଛି।
Powered by Froala Editor