ସ୍ବାମୀଜୀ ହେଉଛନ୍ତି ସମଗ୍ର ହିନ୍ଦୁ ସମାଜର ଅତ୍ୟନ୍ତ ଶ୍ରଦ୍ଧାର କେନ୍ଦ୍ରବିନ୍ଦୁ: ଧର୍ମେନ୍ଦ୍ର
ଭୁବନେଶ୍ୱର: ସିଜେପିର ବିକ୍ଷୋଭ ପ୍ରଦର୍ଶନ ପରେ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ସେ ପ୍ରଥମଥର ଓଡ଼ିଶା ଗସ୍ତରେ ଆସିଛନ୍ତି। ମଙ୍ଗଳବାର ଦିଲ୍ଲୀରୁ ବାହାରି ସକାଳ ୧୧ଟାରେ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ। ଏହାପରେ ଭୁବନେଶ୍ୱର ଠାରେ ପୂଜ୍ୟ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଜୀବନୀ ଓ ସାଧନା ଆଧାରିତ ପୁସ୍ତକ ‘ବେଦାନ୍ତ କେଶରୀ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ: କୃତି ଓ ବ୍ୟକ୍ତିତ୍ୱ’ ଉନ୍ମୋଚନ ସମାରୋହରେ ଯୋଗ ଦେଇଥିଲେ। ଏହାକୁ ନେଇ ଧର୍ମେନ୍ଦ୍ର ଏକ୍ସରେ କହିଛନ୍ତି, ସ୍ବାମୀଜୀ ହେଉଛନ୍ତି ସମଗ୍ର ଓଡ଼ିଶା ତଥା ସମ୍ପୂର୍ଣ୍ଣ ହିନ୍ଦୁ ସମାଜର ଅତ୍ୟନ୍ତ ଶ୍ରଦ୍ଧାର କେନ୍ଦ୍ରବିନ୍ଦୁ । ଆଜି ଉନ୍ମୋଚିତ ଗ୍ରନ୍ଥଟି କେବଳ ଏକ ପୁସ୍ତକ ନୁହେଁ, ବରଂ ଏହି ଯୁଗପୁରୁଷଙ୍କ ସାଧନା, ସଂଘର୍ଷ ଓ ତପସ୍ୟାର ଅମୃତ ଆଲେଖ୍ୟ, ଯାହାର ଆବଶ୍ୟକତା ବହୁ ଦିନରୁ ଅନୁଭୂତ ହେଉଥିଲା ।
ଆଜିର ପବିତ୍ର ଅବସରରେ ସ୍ବାମୀଜୀଙ୍କୁ ମୋର ପ୍ରଣାମ ଜଣାଇବା ସହ ଗ୍ରନ୍ଥାବଳୀର ଲେଖକ ତଥା ଉତ୍କଳ ପ୍ରାନ୍ତର ପୂର୍ବତନ ପ୍ରାନ୍ତ ସଂଘ ଚାଳକ ବିପିନ ବିହାରୀ ନନ୍ଦ, ଉତ୍କଳ ପ୍ରାନ୍ତ ଭାରତୀୟ ଶିକ୍ଷଣ ମଣ୍ଡଳର ପ୍ରାକ୍ତନ ଅଧ୍ୟକ୍ଷ ଡଃ ବାଞ୍ଛାନିଧି ପଣ୍ଡା ଓ ପ୍ରକାଶକଙ୍କୁ ଧନ୍ୟବାଦ ଜଣାଉଛି ଏବଂ ପୁସ୍ତକର ସର୍ବସଫଳତା କାମନା କରୁଛି ।
Powered by Froala Editor