ସନ୍ଧ୍ୟା ସୁଦ୍ଧା ସାଳନ୍ଦୀ, ଜଳକା ଓ ବୈତରଣୀରେ ବନ୍ୟା ଆଶଙ୍କା
ଭୁବନେଶ୍ୱର : ସାରା ରାଜ୍ୟରେ ଲାଗି ରହିଛି ତୁହାକୁ ତୁହା ବର୍ଷା। ଚାରିଆଡେ ଖାଲି ପାଣି ଆଉ ପାଣି। ସନ୍ଧ୍ୟା ସୁଦ୍ଧା ସାଳନ୍ଦୀ, ଜଳକା ଓ ବୈତରଣୀରେ ବନ୍ୟା ଆଶଙ୍କା କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ। ମହାନଦୀ ଅବାହିକାରେ ବନ୍ୟା ଆଶଙ୍କା ନାହିଁ। ବୈତରଣୀ ପାଇଁ ଚାନ୍ଦବାଲି, ଧାମନଗର ଓ ଯାଜପୁର ପ୍ରଭାବିତ ହେବ। ଜଳକା ପାଇଁ ବସ୍ତା ଓ ବାଲେଶ୍ୱର ସଦର ପ୍ରଭାବିତ ହେବ। ସେପଟେ ଫୁଲୁଛି ମହାନଦୀ। ମୁଣ୍ଡଳୀ ବ୍ୟାରେଜ ଦେଇ ପ୍ରବାହିତ ହେଉଛି ବନ୍ୟାପାଣି। ଦିନ ୧୧ଟା ସୁଦ୍ଧା ମୁଣ୍ଡଳୀ ଦେଇ ୬ ଲକ୍ଷ ୩୭ ହଜାର ୫୮୫ କ୍ୟୁସେକ ଜଳ ପ୍ରବାହିତ ହେବ। ଆଜି ମୁଣ୍ଡଳୀ ଦେଇ ୭ ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେବ ବୋଲି ଆକଳନ କରାଯାଇଛି।
ରାଜ୍ୟରେ ବର୍ଷା ସ୍ଥିତି ଓ ମୁକାବିଲା ନେଇ ମଙ୍ଗଳବାର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସାମ୍ବାଦିକ ସମ୍ମିଳନୀ କରି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ସ୍ଥିତି ନିୟନ୍ତ୍ରଣରେ ରହିଛି। ହୀରାକୁଦ ଡ୍ୟାମର ମାତ୍ର ୨ଟି ଗେଟ୍ ଖୋଲା ରହିଛି। ନରାଜରେ ୭ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ, ଚିନ୍ତାର କାରଣ ନାହିଁ। ପ୍ରଭାବିତ ହେବାକୁ ଥିବା ଜିଲା ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକରେ ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବାହିନୀ ମୁତୟନ ରହିଛନ୍ତି। ସ୍ଥାନାନ୍ତର ମଧ୍ୟ ଆରମ୍ଭ ହୋଇଛି। ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ ହେଉଛି।
Powered by Froala Editor