ଗଭୀର ଅବପାତ: ୪ ଜିଲାରେ ସ୍କୁଲ ଛୁଟି ଘୋଷଣା
ବଙ୍ଗୋପସାଗରରେ ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ସରକାର ୪ ଜିଲାରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଏବଂ ସମ୍ବଲପୁରରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସବୁ ସରକାରୀ, ଘରୋଇ ସ୍କୁଲ ସହିତ ଅଙ୍ଗନବାଡ଼ି କେନ୍ଦ୍ରରେ ପାଠପଢ଼ା ବନ୍ଦ ରହିବ ।
ପ୍ରକାଶଥାଉକି, ସୋମବାର ଦିନ ବର୍ଷାକୁ ଦୃଷ୍ଟିରେ ରଖି ପାଇଁ ୪ ଜିଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଥିଲା। ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ସୁବର୍ଣ୍ଣପୁରରେ ସ୍କୁଲ ଛୁଟି କରାଯାଇଥିବା ବେଳେ ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଏବଂ ସମ୍ବଲପୁରରେ ସ୍କୁଲ ଛୁଟି ଘୋଷଣା କରାଯାଇଛି ।
ଗଭୀର ଅବପାତ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଦେଇ ଅତିକ୍ରମ କରିବ। ଭଦ୍ରକ, ବାଲେଶ୍ବର ସମେତ ଅନେକ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ବିପଦ ସଙ୍କେତ ଛୁଇଁଛି ଜଳକା ।
Powered by Froala Editor