ମିସ୍ ଟିନ୍ ୟୁନିଭର୍ସ ଇଣ୍ଡିଆ-୨୦୨୬ ର ବିଜୟିନୀ ହେଲେ ପ୍ରସୂଚି ପଣ୍ଡା
ବ୍ରହ୍ମପୁର : ବ୍ରହ୍ମପୁର ସହରର ଏକାଦଶ ଶ୍ରେଣୀର ଛାତ୍ରୀ ପ୍ରସୂଚି ପଣ୍ଡା ମିସ୍ ଟିନ୍ ୟୁନିଭର୍ସ ଇଣ୍ଡିଆ-୨୦୨୬ ବିଜୟିନୀ ହୋଇଛନ୍ତି। ଗ୍ଲାମାନନ୍ଦ ଗ୍ରୁପ ପକ୍ଷରୁ ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ମିସ୍ ଟିନ ଡିଭା- ୨୦୨୬ ଗ୍ରାଣ୍ଡ ଫାଇନାଲରେ ମେଘାଳୟ, ଆସାମ, ଗୋଆ ଓ ହରିୟାଣାର ୩୭ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ପ୍ରସୂଚି ଏହି ମୁକୁଟ ହାତେଇଛନ୍ତି। ପ୍ରସୂଚି ଆସନ୍ତା ବର୍ଷ ଉତ୍ତର ଆମେରିକୀୟ ଦେଶ ପାନାମାଠାରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ଟିନ୍ ୟୁନିଭର୍ସ-୨୦୨୭ ସୁନ୍ଦରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ବ୍ରହ୍ମପୁର ହିଲ୍ପାଟଣାର ଧରଣୀଧର ପଣ୍ଡା ଓ ସ୍ବପ୍ନାରାଣୀ ପଣ୍ଡାଙ୍କ ଝିଅ ପ୍ରସୂଚି ରାଜସ୍ଥାନଠାରେ ଜୁଲାଇ ୨୦ରେ ମିସ୍ ଟିନ୍ ୟୁନିଭର୍ସ ଇଣ୍ଡିଆ-୨୦୨୬ ସମ୍ମାନ ପାଇବା ପରେ ଆଜି ନିଜ ଜନ୍ମମାଟିକୁ ଫେରିଛନ୍ତି। ଭୁବନେଶ୍ୱରଠାରେ ତାଙ୍କୁ ସ୍ୱାଗତ ପରେ ବ୍ରହ୍ମପୁରରେ ମଧ୍ୟ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ପ୍ରତିନିଧିତ୍ୱ କରିବା ଏକ ସମ୍ମାନ ଏବଂ ଏକ ମହାନ ଦାୟିତ୍ୱ ବୋଲି ପ୍ରସୂଚି ନିଜ ପ୍ରତିକ୍ରିୟାରେ କହିଛନ୍ତି ।
Powered by Froala Editor