ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ବଡ଼ ଅପଡେଟ୍, ଆତ୍ମ ସମର୍ପଣ କଲେ ଡିଏଫଓ ସଂଗ୍ରାମ କେଶରୀ ବେହେରା
ଭୁବନେଶ୍ବର: ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ବଡ଼ ଅପଡେଟ୍ ଆସିଛି। ପାରଳାଖେମୁଣ୍ଡିର ତତ୍କାଳୀନ ଡିଏଫଓ (DFO) ସଂଗ୍ରାମ କେଶରୀ ବେହେରା କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ସେ ପାରଳାଖେମୁଣ୍ଡି SDJM କୋର୍ଟରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି।୨୦୨୧ ମସିହା ଜୁଲାଇ ୧୧ ତାରିଖରେ ACF ସୌମ୍ୟରଞ୍ଜନ ମହାପାତ୍ର ନିଜ ସରକାରୀ କ୍ୱାର୍ଟର୍ସରେ ନିଆଁରେ ପୋଡ଼ି ହୋଇ ଯାଇଥିଲେ। ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାଟି ସନ୍ଦେହଜନକ ଥିବା ଅଭିଯୋଗ କରି ପରିବାର ଲୋକେ ତଦନ୍ତ ଦାବି କରିଥିଲେ। ସୌମ୍ୟରଞ୍ଜନଙ୍କ ପରିବାର ପକ୍ଷରୁ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଓ ତତ୍କାଳୀନ DFO ସଂଗ୍ରାମ ବେହେରାଙ୍କ ଉପରେ ଅଭିଯୋଗ ଅଣାଯାଇଥିଲା। ଏହି ମାମଲାରେ ପରେ ତିନି ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା।
ସଂଗ୍ରାମ ବେହେରାଙ୍କ ଆତ୍ମସମର୍ପଣ ପରେ ଏହି ବହୁଚର୍ଚ୍ଚିତ ମାମଲା ପୁଣି ଥରେ ଚର୍ଚ୍ଚାକୁ ଆସିଛି।
Powered by Froala Editor