ଧର୍ମନ୍ଦ୍ରେଙ୍କ ଇସ୍ତଫା ଉଚ୍ଚ ଆଦର୍ଶର ପ୍ରତିଫଳନ
ଭୁବନେଶ୍ବର: ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ସୋସିଆଲ ମିଡିଆ 'X'ରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ ଲେଖିଛନ୍ତି ଯେ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନ ଦେଶର ଶିକ୍ଷା କ୍ଷେତ୍ରରେ ଐତିହାସିକ ପରିବର୍ତ୍ତନର ନେତୃତ୍ୱ ନେଇଛନ୍ତି। ବିଶେଷକରି NEP-2020 କାର୍ଯ୍ୟକାରୀ କରି ସେ କୋଟି କୋଟି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ଏକ ସୁଦୃଢ଼ ଭିତ୍ତି ସୃଷ୍ଟି କରିଛନ୍ତି।
ସେ ଆହୁରି କହିଛନ୍ତି ଯେ, ସାର୍ବଜନୀନ ଜୀବନରେ ତାଙ୍କର ନୀତିନିଷ୍ଠା, ନୈତିକ ମୂଲ୍ୟବୋଧ ଏବଂ ନିଷ୍କାମ ସେବାଭାବର ପରିଚୟ ଦେଇ ସେ ପଦବୀରୁ ଇସ୍ତଫା ଦେବା ପାଇଁ ଯେଉଁ ନୀତିଗତ ନିଷ୍ପତ୍ତି ନେଇଛନ୍ତି, ତାହା ତାଙ୍କର ଉଚ୍ଚ ଆଦର୍ଶର ପ୍ରତିଫଳନ।
Powered by Froala Editor