ପିଏମ୍ଓ ପଦରୁ ଇସ୍ତଫା ଦେଲେ ଅମରଜିତ ସିହ୍ନା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶଦାତା ଅମରଜିତ ସିହ୍ନା ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କୁ ମିଳିଥିବା ଦାୟିତ୍ୱ ଶେଷ ହେବାକୁ ଆହୁରି ୭ ମାସ ବାକି ଥିବା ବେଳେ ସେ ଏପରି ପଦକ୍ଷେପ ନେଇଛନ୍ତି।
ଅମରଜିତ ହେଉଛନ୍ତି ୧୯୮୩ ବିହାର କ୍ୟାଡରର ଜଣେ ଆଇଏଏସ ଅଫିସର । ଶ୍ରୀ ସିହ୍ନା ପ୍ରଥମେ ଗ୍ରାମିଣ ବିକାଶ ସଚିବ ଭାବେ ୨୦୧୯ରେ କାମ କରୁଥିଲେ। କିନ୍ତୁ ୨୦୨୦ ଫେବୃଆରୀରେ ତାଙ୍କୁ ପିଏମଓର ପରାମର୍ଶଦାତା ଭାବେ ଦୁଇ ବର୍ଷ ପାଇଁ ନିଯୁକ୍ତି ମିଳିଥିଲା। ସେ ସାମାଜିକ କ୍ଷେତ୍ର ସହ ଜଡ଼ିତ ବିଷୟବସ୍ତୁର ତଦାରଖ କରୁଥିଲେ। କିନ୍ତୁ ହଠାତ୍ ସେ ପଦ ଛାଡ଼ିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ତେବେ ସେ କାହିଁକି ଇସ୍ତଫା ଦେଲେ ତାହା ଜଣାପଡ଼ିନାହିଁ । ତେବେ ଅମରଜିତଙ୍କୁ ମିଶାଇଲେ ଚଳିତ ବର୍ଷ ଏହା ଦ୍ଵିତୀୟ ଇସ୍ତଫା ହେବ । କାରଣ ଚଳିତ ବର୍ଷ ମାର୍ଚ୍ଚ ମାସରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ସିହ୍ନା ଇସ୍ତଫା ଦେଇଥିଲେ ।
Powered by Froala Editor