ମର୍ମନ୍ତୁଦ ଦୁର୍ଘଟଣା: ୩ ମୃତ
ଗୁଣପୁର: ରାୟଗଡ଼ା ଜିଲା ଗୁଣପୁର ସହର ଶେଫାଳୀ ପାହାଡ଼ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଏଥିରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ଅଛନ୍ତି ଓଡିଶୀ ନୃତ୍ୟଗୁରୁ ସସ୍ମିତା ପଣ୍ଡା ।
ସୂଚନାଯୋଗ୍ୟ ସସ୍ମିତା ପଣ୍ଡାଙ୍କ ନୃତ୍ୟ ଅନୁଷ୍ଠାନର ଅଡିଟ ପାଇଁ କଲିକତାରୁ ଜଣେ ଓ ଓଡିଶାର ଜଣେ ଅଡିଟର ଆସିଥିଲେ । ବୁଲିବା ପାଇଁ ସସ୍ମିତା ଦୁଇ ଜଣଙ୍କୁ ସ୍କୁଟିରେ ଶେଫାଳି ପାହାଡ଼କୁ ନେଇଥିଲେ । ରାମେଶ୍ବର ଦର୍ଶନ ସାରି ଫେରିବା ବାଟରେ ବ୍ରେକ ଫେଲ ହୋଇ ଥିଲା । ତଳକୁ ଆସିବା ବେଳେ ସେ ଚିତ୍କାର କରିଥିଲେ । ଗାଡିଟି ଏକ କରେଣ୍ଟ ପୋଲକୁ ଗଡି ଧକା ହୋଇଥିଲା । ରାତି ପ୍ରାୟ ୮ଟା ୩୫ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ସେଠାରେ ଉପସ୍ଥିତ ଥିବା କିଛି ଵ୍ୟକ୍ତି ସେମାନଙ୍କୁ ଉଦ୍ଧାର କରି ଗୁଣପୁର ମେଡିକାଲକୁ ଆମ୍ବୁଲାନ୍ସରେ ନେଇଥିଲେ । ଘଟଣାସ୍ଥଳରେ ହିଁ ଓଡିଶା ଅଡିଟରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଅଡିଟର ଆହତ ହୋଇଥିଲେ । ତାଙ୍କୁ ଭୁବନେଶ୍ବରରେ ଚିକିତ୍ସିତ କରାଯାଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ସସ୍ମିତା ପଣ୍ଡାଙ୍କୁ ଗଭୀର ଆଘାତ ଲାଗିଥିବା କାରଣରୁ ତାଙ୍କୁ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଡାକ୍ତରଖାନାକୁ ଅଧିକ ଚିକିତ୍ସା ପାଇଁ ରେଫର ହୋଇଥିଲା ।
ବାଟରେ ପାରଳାଖେମୁଣ୍ଡି ପାଖରେ ଶରୀର ନିଷ୍କ୍ରିୟ ହୋଇଯିବା କାରଣରୁ, ପାରଳାଖେମୁଣ୍ଡି ମେଡିକାଲରେ ପୁଣି ଡାକ୍ତରଙ୍କ ଦ୍ୱାରା ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ବେଳେ ଡାକ୍ତର ମୃତ୍ୟୁ ଘୋଷଣା କଲେ । କୋଲକାତା ଅଡିଟର ଭୁବନେଶ୍ବରରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି ।
Powered by Froala Editor