ଜୁଏଲାରୀ ଦୋକାନ ଏବଂ ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ
ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଭୟଙ୍କର ଅଗ୍ନିକାଣ୍ଡ। ଜୁଏଲାରୀ ଦୋକାନ ଓ ସପିଂ ମଲ୍ରେ ନିଆଁ। ଝାରସୁଗୁଡ଼ା ସରବାହାଲଠାରେ ଥିବା ଏକ ଜୁଏଲାରୀ ଦୋକାନ ଏବଂ ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ। ଦେଖୁ ଦେଖୁ ନିଆଁ ପୂରା ବିଲ୍ଡିଂକୁ ସାରା ବ୍ୟାପି ଯାଇଛି।
ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ସର୍ଟ ସର୍କିଟ ଯୋଗୁଁ ଏହି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।
Powered by Froala Editor